Baba Siddique Murder: ଲରେନ୍ସ ଗ୍ୟାଙ୍ଗର ବଡ଼ ଦାବି, କହିଲା ଏହି କାରଣ ପାଇଁ ବାବା ସିଦ୍ଦିକିଙ୍କୁ ....

Baba Siddique Murder: ଏନ୍‌ସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିବା ପରେ ଏବେ ସାରା ଦେଶରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍ ରାସ୍ତାରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ସୁଚନା ଅନୁସାରେ, ବାବା ସିଦ୍ଦିକିଙ୍କୁ ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା।

ଏଥିପାଇଁ ତାଙ୍କ ସୁରକ୍ଷା କଡ଼ା କଡ଼ି କରାଯାଇଥିଲା। ଧମକ ପରେ ତାଙ୍କୁ ୱାଇ + କ୍ୟାଟେଗୋରୀ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଥିଲା। ସେପଟେ ମୁମ୍ବାଇ ପୁଲିସ କିନ୍ତୁ ଏହି କଥାକୁ ଖଣ୍ଡନ କରିଛି। ତାଙ୍କୁ କୌଣସି ଧମପୂର୍ଣ୍ଣ ଚିଠି ମିଳିନଥିବା ପୁଲିସ କହିଛି। ଆଉ ବର୍ତ୍ତମାନ ଏହି ଘଟଣାରେ ଏକ ନୂଆ ମୋଡ଼ ସାକ୍ନାକୁ ଆସିଛି । ବର୍ତ୍ତମାନ ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ। ଏନେଇ ଖୋଦ୍ ସେ ସୋଶାଲ ମିଡିଆରେ ସୂଚନା ଦେଇଛି।

ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେସ୍‌ବୁକ୍‌ରେ ଲରେନ୍ସ ଗ୍ୟାଙ୍ଗ ତରଫରୁ ଏକ ପୋଷ୍ଟ ସେୟାର ହୋଇଛି। ଏଥିରେ ଲେଖା ଅଛି, ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ। କିନ୍ତୁ ବାବାଙ୍କ ହତ୍ୟା ହେବାର କାରଣ ହେଉଛି ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଏହି ଗ୍ୟାଙ୍ଗ ଆହୁରି ଦାବି କରିଛି ଯେ, ଯିଏ ସଲମାନ ଖାନ୍ ଓ ଦାଉଦ ଗ୍ୟାଙ୍ଗର ସହାୟତା କରିବ, ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।

Baba Siddique s Murder

ବିଷ୍ଣୋଇ ଗ୍ୟାଙ୍ଗ ଚେତାବନୀ ଦେଇଛି ଯେ, 'ଯଦି କେହି ତାଙ୍କ 'ଭାଇ'ଙ୍କୁ କ୍ଷତି ପହଞ୍ଚାଇବ ତେବେ ତା'ର ସେମାନେ ନିଶ୍ଚିତ ରୂପେ ପ୍ରତିକ୍ରିୟା ଦେବେ। ଆମେ କେବେ ପ୍ରଥମେ ଆକ୍ରମଣ କରୁନୁ। ଜୟ ଶ୍ରୀ ରାମ, ଜୟ ଭାରତ ବୋଲି ଉଲ୍ଲେଖ କରିଥିଲା ଫେସବୁକ୍ ପୋଷ୍ଟରେ । ବିଷ୍ଣୋଇ ଗ୍ୟାଙ୍ଗ ଆହୁରି ଦାବି କରିଛି ବାବା ସିଦ୍ଦିକି ଜଣେ ଭଦ୍ର ଲୋକ ହେବାର ନାଟକ କରୁଥିଲେ।

ତାଙ୍କର ଭଦ୍ରତା କେବଳ ଏକ ଭ୍ରମ ଥିଲା। ଗଉଙଉଇ ଅଧିନିୟମ ଅନୁଯାୟୀ ଦାଉଦ ଇବ୍ରାହିମଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ରହିଛି ବୋଲି ଗ୍ୟାଙ୍ଗ କହିଛି। ତେବ ଆଗକୁ ଏହି ଘଟଣାରେ ଆଗକୁ ପୋଲିସ କି କାର୍ଯ୍ୟାନୁଷ୍ଟାନ ନେଉଛି ଏବଂ ଏହି ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ଅପେକ୍ଷା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+