ବାବା ସିଦ୍ଦିକି ହତ୍ୟା ମାମଲାରେ ଲରେନ୍ସ ଭାଇ ଅନମୋଲକୁ ଅଣାଯାଉଛି ଭାରତ
ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବଡ଼ ସଫଳତା । ଗୁଜୁରାଟ ଜେଲରେ ବନ୍ଦୀ ଥିବା ଆନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଡିପୋର୍ଟ କରି ଭାରତ ଅଣାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀ ବିମାନବନ୍ଦରକୁ ଅଣାଯିବ।

ଅନମୋଲ ବିରୋଧରେ କ'ଣ ଅଭିଯୋଗ ଅଛି?
-ସଲମାନ ଖାନଙ୍କ ଘରେ ଗୁଳିକାଣ୍ଡ ଘଟଣାରେ ଅଭିଯୋଗ
-ପୂର୍ବତନ ଏନସିପି ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟା ମାମଲା
- ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ
ଏହା ବ୍ୟତୀତ, ଅନମୋଲ ବିଷ୍ଣୋଇଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଅପରାଧିକ ଅଭିଯୋଗ ରହିଛି। ଲସ୍ ଆଞ୍ଜେଲସରେ ଅନମୋଲଙ୍କୁ ଗିରଫ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଇମିଗ୍ରେସନ ବିଭାଗ "ଭାନୁ" ନାମରେ ଭାରତୀୟ ପାସପୋର୍ଟ ଥିବା ଜଣେ ବ୍ୟକ୍ତିଙ୍କ ଯାତ୍ରା ଡକ୍ୟୁମେଣ୍ଟ ଯାଞ୍ଚ କରୁଥିଲା। ଭିସା ଏବଂ ପାସପୋର୍ଟ ଯାଞ୍ଚ କରିବା ପରେ, ଇମିଗ୍ରେସନ ବିଭାଗକୁ ସନ୍ଦେହ ହୋଇଥିଲା।
ପଚରାଉଚରା ପରେ, ଜଣାପଡିଲା ଯେ 'ଭାନୁ' ଆଉ କେହି ନୁହଁନ୍ତି ବରଂ ଲରେନ୍ସ ବିଷ୍ଣୋଇଙ୍କ ସାନ ଭାଇ ତଥା ଗ୍ୟାଙ୍ଗଷ୍ଟର ଅନମୋଲ, ଯାହାଙ୍କ ମୁଣ୍ଡରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରହିଛି। ବିଷ୍ଣୋଇ ଆମେରିକା ଯାତ୍ରା କରିବା ପାଇଁ ଜାଲ କାଗଜପତ୍ର କରିଥିଲେ। ଆମେରିକା ଇମିଗ୍ରେସନ ବିଭାଗ ତୁରନ୍ତ FBI (ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍) କୁ ଜଣାଇଲା, ଯାହା ଭାରତୀୟ ଏଜେନ୍ସିଗୁଡ଼ିକ ସହିତ ମିଶି ଅନମୋଲ ବିଷ୍ଣୋଇଙ୍କ ଗିରଫଦାରୀ ବିଷୟରେ ସୂଚନା ଦେଇଥିଲା।
ଅନମୋଲଙ୍କ ଭାରତ ଆଣିବା କାହିଁକି ଗୁରୁତ୍ୱପୂର୍ଣ୍ଣ?
କିଛି ବର୍ଷ ପୂର୍ବରୁ, ବିଦେଶରେ ତାଙ୍କୁ ପଞ୍ଜାବୀ ଗାୟକ କରଣ ଔଜଲାଙ୍କ ସହିତ ଏକ ରାତ୍ରି ପାର୍ଟିରେ ଦେଖିବାକୁ ମିଳିଥିଲା, ଯାହା ଖୁବ୍ ଚର୍ଚ୍ଚା ହୋଇଥିଲା। ତାଙ୍କୁ ୨୦୨୪ ରେ ଆମେରିକାରେ ଅଟକ ରଖାଯାଇଥିଲା ଏବଂ ସେବେଠାରୁ ସେଠାକାର ଏଜେନ୍ସି ହେପାଜତରେ ଅଛି। ଅନମୋଲଙ୍କ ଭାରତ ଫେରିବା ଗୁରୁତ୍ୱପୂର୍ଣ୍ଣ କାରଣ ସେ ଦେଶର ନୂଆ "ଡନ୍" ଲରେନ୍ସ ବିଷ୍ନୋଇଙ୍କ ଭାଇ, ଯିଏ ବର୍ତ୍ତମାନ ଗୁଜରାଟର ଅହମ୍ମଦାବାଦରେ ବନ୍ଦୀ ଅଛନ୍ତି। ଅନମୋଲ ଲରେନ୍ସ ଗ୍ୟାଙ୍ଗର ଅନେକ କାର୍ଯ୍ୟକଳାପର ଦାୟିତ୍ବ ନେବା ସହ ସବୁ କିଛି ନିଜେ ସମ୍ଭାଳୁଥିଲା।












Click it and Unblock the Notifications