ଦୀର୍ଘ ଦିନ ଲିଭ୍-ଇନରେ ରହିବା ବିବାହ ସହ ସମାନ: ସୁପ୍ରିମକୋର୍ଟ
ଲିଭ୍-ଇନ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନ୍ରେ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ।
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦମ୍ପତି ବିବାହ କରିବା ବଦଳରେ ଲିଭ-ଇନ୍ରେ ରହିବା ପାଇଁ ପସନ୍ଦ କରନ୍ତି। ଦୀର୍ଘ ଦିନ ଧରି ଲିଭ-ଇନ୍ରେ ରହି ପରସ୍ପରକୁ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ଏହାପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ କିଛି ପରସ୍ପର ଠାରୁ ଅଲଗା ହୋଇଯାଆନ୍ତି। ତେବେ ପ୍ରେମୀଯୁଗଳଙ୍କ ଏହି ଲିଭ୍-ଇନ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ।

ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନ୍ରେ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ। ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ପୈତୃକ ସମ୍ପତ୍ତିରେ ଭାଗ ପାଇବେ। ଏହାକୁ ଅଧିନିୟମର ଧାରା 114 ଧାରା ଅନ୍ତର୍ଗତ କରାଯିବ।

ଏନେଇ ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।












Click it and Unblock the Notifications