ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ; ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ

ଆଉ 'ଅନ୍ଧ' ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।

କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି।

ନ୍ୟାୟଦେବୀ ପୂର୍ବରୁ ବାମ ହାତରେ ନ୍ୟାୟ ତରାଜୁ ଧରିଥିଲେ। ଡାହାଣ ହାତରେ ଖଣ୍ଡା ଧରିଥିଲେ। ତାଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିଲା। ହେଲେ ଏହାକୁ ବଦଳା ଯାଇଛି। ନ୍ୟାୟ ଦେବୀ ବାମ ହାତରେ ସମ୍ବିଧାନ ଧରିଛନ୍ତି। ଡାହାଣ ହାତରେ ନ୍ୟାୟର ତରାଜୁ ରହିଛି। କିନ୍ତୁ ପୂର୍ବଭଳି ଆଖିରେ କଳାପଟି ନାହିଁ।

କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି।

ପୂର୍ବରୁ ନ୍ୟାୟ ଦେବୀଙ୍କ ଆଖିରେ କଳା ପଟି ବନ୍ଧା ଯାଇ ସମସ୍ତେ ନ୍ୟାୟପାଳିକା ଆଗରେ ସମାନ ବୋଲି ବାର୍ତ୍ତା ଦିଆଯାଉଥିଲା। ନ୍ୟାୟ ଦେବୀ ଧନୀ, ଗରିବ କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଦେଖନ୍ତି ନାହିଁ।

ଖଣ୍ଡାକୁ ସର୍ବୋଚ୍ଚ ଅଧିକାରୀର କ୍ଷମତା ଓ ଅନ୍ୟାୟ ବିରୋଧରେ ଦଣ୍ଡ ଦେବାକୁ ସୂଚାଉ ଥିଲା। ହେଲେ ଏହା ବ୍ରିଟିଶ ମାନସିକତା ବୋଲି ସିଜେଆଇ ହୃଦୟଙ୍ଗମ କରି ଏହାକୁ ବଦଳାଇବାକୁ କହିଥିଲେ।

ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। ବରଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ କାଢ଼ି ଦିଆଯାଇଛି। କିନ୍ତୁ ହାତରେ ଧରିଥିବା ନ୍ୟାୟ ତରାଜୁ ପୂର୍ବପରି ରହିଛି ।

Justice Statue

କିଛିଦିନ ତଳେ ଭାରତ ସରକାର ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ଥିବା ନ୍ୟାୟଦେବୀଙ୍କ ଆଖିରେ କଳାପାତି ଦେବାର ଦୃଷ୍ଟିହୀନତା ଆଇନ ସମ୍ମୁଖରେ ସମାନତାକୁ ପ୍ରତିପାଦିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଏହାର ଅର୍ଥ ହେଉଛି ଯେ, ଅଦାଲତ ଏହା ସମ୍ମୁଖରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଧନ, ଶକ୍ତି କିମ୍ବା ଅନ୍ୟ ସ୍ଥିତିର ଚିହ୍ନ ଦେଖି ପାରିବେ ନାହିଁ, ଯେତେବେଳେ କି ଖଣ୍ଡା ଅନ୍ୟାୟକୁ ଦଣ୍ଡିତ କରିବାର କ୍ଷମତାର ପ୍ରତୀକ ଅଟେ।

ସୂତ୍ରରୁ ପ୍ରକାଶ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ ବିଶ୍ୱାସ କରନ୍ତି ଯେ, ଭାରତ ବ୍ରିଟିଶ ଲିଗାସୀରୀ ଆଗକୁବାଢିବା ଉଚିତ। ଭାରତରେ ନ୍ୟାୟ ବ୍ୟବସ୍ଥା ଅନ୍ଧ ନୁହେଁ, ଏହା ସମସ୍ତଙ୍କୁ ସମାନ ଭାବରେ ଦେଖେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+