ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ,ଲଞ୍ଚିଂ ବେଳେ ଉପୁଜିଲା ବାଧା ; ସୂଚନା ଦେଲେ ଇସ୍ରୋ ମୁଖ୍ୟ

ସଫଳ ହେଲାନି EOS-09 ଉପଗ୍ରହର ଉତ୍‌କ୍ଷେପଣ । ତୃତୀୟ ସୋପାନରେ ଉପୁଜିଲା ବାଧା । ବିଫଳତାର କାରଣ ନେଇ ଚାଲିଛି ବିଶ୍ଳେଷଣ । ସୀମା ଓ ଉପକୂଳରେ ନଜର ରଖିଥାନ୍ତା ଉପଗ୍ରହ । ଆଜି ସାକଳ ୫ଟା ୫୯ରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ତେବେ ଥାର୍ଡ ଷ୍ଟେଜରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ଉତ୍‌କ୍ଷେପଣ ସମ୍ପୂର୍ଣ୍ଣ ସଫଳ ହୋଇପାରିଲାନି ।

satellite EOS-09

ଉଭୟ ସ୍ଥଳସୀମା ଓ ଉପକୂଳ ଉପରେ ଏହା ତୀକ୍ଷ୍ଣ ଦୃଷ୍ଟି ରଖିବ । ବିଶେଷକରି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକ ଉପରେ ଉପଗ୍ରହ ଜରିଆରେ ନଜର ରଖାଯାଇ ପାରିବ । କାରଣ ଏଥିରେ ସି-ବ୍ୟାଣ୍ଡ ସିନ୍‌ଥେଟିକ୍ ରାଡାର ଲାଗିଛି । ଯାହା ହାଇରିଜଲ୍ୟୁସନ ଫଟୋ ଉତ୍ତୋଳନ କରିବାରେ ସକ୍ଷମ । ଏହାସବୁ ପାଗରେ ଫଟୋ ଉଠାଇବାରେ ସକ୍ଷମ । ଏହାସହ ଉଭୟ ଦିନ ଓ ରାତିରେ ମଧ୍ୟରେ ଫଟୋ ଉତ୍ତୋଳନ କରିପାରିବ । ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ପରେ ସୀମାରେ ଅନୁପ୍ରବେଶ ଘଟଣା ପୁଣି ଚିନ୍ତାର ବିଷୟ ପାଲଟିଛି । ଏପରିସ୍ଥିତିରେ EOS-09 ଉପଗ୍ରହ ଉତକ୍ଷେପଣ ପରେ ସୀମା ଉପରେ ଆହୁରି କଡ଼ା ଦୃଷ୍ଟି ରଖାଯାଇଛି । ଏହା ଇସ୍ରୋର ୧୦୧ତମ ଉପଗ୍ରହ ଉତକ୍ଷେପଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+