ପହଲଗାମ ଆକ୍ରମଣର ଆସିଲା ଆଉ ଏକ ଭିଡିଓ
ପହଲଗାମ ଆତଙ୍କୀ ଆକ୍ରମଣର ଆଉ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗତ ଏପ୍ରିଲ ୨୨ ତାରିଖରେ ବୈସାରଣ ଭ୍ୟାଲିରେ ହୋଇଥିବା ଆତଙ୍କୀ ଆକ୍ରମଣ ସମୟର ଫୁଟେଜ ରହିଛି। ଯାହା ଆତଙ୍କୀ ଆକ୍ରମଣ ସମୟର ଭୟଙ୍କର ଦୁଶ୍ୟକୁ ସମସ୍ତଙ୍କ ସାମ୍ନାରେ ରଖିଛି।
ଭାଇରାଲ ହେଉଥିବା ଭିଡିଓରେ, ଆତଙ୍କୀଙ୍କ ଆକ୍ରମଣ ସମୟରେ ମହିଳା ଓ ପିଲାମାନଙ୍କ ସମେତ ଲୋକମାନେ ଭୟରେ ଇତସ୍ତତ ଭାବେ ଏଣେତେଣେ ଦଉଡୁଥିବା ଦେଖିବାକୁ ମିଳିଛି। ଆତଙ୍କୀ ଆକ୍ରମଣ ସଂଗଠିତ ହୋଇଥିବା ବୈସାରଣ ଭ୍ୟାଲିର ପଡିଆ ମଝିରେ ଅନେକ ଲୋକ ବିବସ ହୋଇ ବସିପଡିଥିବା ଦୃଶ୍ୟ ମଧ୍ୟ ଏଥିରେ କଏଦ ହୋଇଛି। ତେବେ ଅଳ୍ପ ଦୁରରୁ ଗୁଳିଫୁଟା ଶବ୍ଦ ସହ ଅନେକ ଲୋକଙ୍କ ଆକୁଳ ଚିତ୍କାର ମଧ୍ୟ ଶୁଣିବାକୁ ମିଳିଛି ଏହି ଭିଡିଓରେ।

ପୂର୍ବରୁ ମଧ୍ୟ ଏହି ଆତଙ୍କୀ ଆକ୍ରମଣର ଅନେକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯେଉଁଥିରେ ଲୋକମାନେ ନିଜ ଜୀବନ ବଞ୍ଚେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖାଦେଇଥିଲା। ଆଉ କେତେକ ଭିଡିଓରେ ବୈସରଣ ଭ୍ୟାଲିକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନିଜ ଫୋନରେ ଭିଡିଓ ରେକର୍ଡିଂ କରୁଥିବା ସମୟରେ ପଛପଟୁ ଗୁଳିଫୁଟିବାର ଶବ୍ଦ ଶୁଣାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ଭୟଭିତ ହୋଇଯାଇ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ପଳାଉଥିବାର ଦୃଶ୍ୟ ରହିଥିଲା।
LATEST PAHALGAM VIDEO: The segregation on religious lines. The sadism. The scene shows all the things the Congress led ecosystem is denying.
What a shame! What a betrayal of these innocents. What a pathetic attempt to cleanchit this devlishness. pic.twitter.com/NHOvGlR1pF
— Rahul Shivshankar (@RShivshankar) April 28, 2025
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications