Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷ ଶେଷ 'ମନ୍ କି ବାତ୍'
Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷ ଶେଷ 'ମନ୍ କି ବାତ୍' । ଆଜି ଦେଶବାସୀଙ୍କୁ ୨୦୨୪ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ପିଏମ ମୋଦି କହିଛନ୍ତି ଯେ, ମୋ ପରିବାରର ଲୋକଙ୍କୁ ଭେଟିବା ପରେ ମୁଁ ଯେପରି ଅନୁଭବ କରେ, ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହ କଥା ହେବା ପରେ ମୁଁ ମଧ୍ୟ ସମାନ ଅନୁଭବ କରୁଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଆମର ମିଳିତ ଯାତ୍ରାର ୧୦୮ ତମ ପର୍ଯ୍ୟାୟ । ସଂଖ୍ୟା ୧୦୮ର ମହତ୍ତ୍ୱ ଏବଂ ଏହାର ପବିତ୍ରତା ଏଠାରେ ଗଭୀର ଅଧ୍ୟୟନର ବିଷୟ । ୧୦୮ଥର ଜପ, ୧୦୮ ଇଶ୍ୱରୀୟ କ୍ଷେତ୍ର, ମନ୍ଦିରରେ ୧୦୮ ସିଡ଼ି, ୧୦୮ ଘଣ୍ଟି ... ଏହି ସଂଖ୍ୟା ଅର୍ଥାତ୍ ୧୦୮ଅସୀମ ବିଶ୍ୱାସ ସହିତ ଜଡିତ । ସେଥିପାଇଁ ମନ କି ବାତର ୧୦୮ ତମ ସଂସ୍କରଣ ମୋ ପାଇଁ ଅଧିକ ସ୍ୱତନ୍ତ୍ର ହୋଇପାରିଛି । ଏହି ୧୦୮ଟି ଏପିସୋଡରେ ଆମେ ଜନସାଧାରଣଙ୍କ ଅଂଶଗ୍ରହଣର ଅନେକ ଉଦାହରଣ ଆଜି ନେଇ ଆସିଛୁ ।

ମୋଦି ଆହୁରି କହିଛନ୍ତି, ୨୦୨୩ରେ ଅନେକ ସଫଳତା ମିଳିଛି, ୨୪ରେ ଏହାକୁ ବଜାୟ ରଖିବା । ପ୍ରତ୍ୟେକ ଭାରତୀୟ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେଉଛନ୍ତି, ଭାରତ ନେଇ ସବୁଆଡେ ଆଶା ଓ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି ।












Click it and Unblock the Notifications