ଦିଲ୍ଲୀ ରେଳ ଷ୍ଟେସନରୁଆତଙ୍କୀ ଗିରଫ
Lashkar Terrorist Arrested: ରାଜଧାନୀ ଦିଲ୍ଲୀ ରେଳ ଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ । ପୋଲିଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ଆତଙ୍କବାଦୀ କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବା ମଡ୍ୟୁଲର ଜଣେ ସକ୍ରିୟ ସଦସ୍ୟ ଏବଂ ସେ ଜଣେ ଅବସରପ୍ରାପ୍ତ ଯବାନ । ଅଭିଯୁକ୍ତ ପାଖରୁ ଗୋଟିଏ ମୋବାଇଲ ସହ ଅନେକ ସିମ୍ କାର୍ଡ ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ରେଳଷ୍ଟେସନରୁ ରେଳ ଷ୍ଟେସନରୁ ଦିଲ୍ଲୀ ରେଲୱେ ପୋଲସି ଗିରଫ କରିଥିବା ବ୍ୟକ୍ତି ଜଣଙ୍କର ନାଁ ହେଉଛି ରିଆଜ ଅହମ୍ମଦ । ସେ ପୂର୍ବରୁ ସୈନାରେ କାମ କରୁଥିବେ ଏବଂ ବର୍ତ୍ତମାନ ସେ କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବା ମଡ୍ୟୁଲର ଜଣେ ସକ୍ରିୟ ସଦସ୍ୟ । ସେ ଜମ୍ମୁକାଶ୍ମୀର କୁପୱାଡାରର ବାସିନ୍ଦା । ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିବା ପରେ ପୋଲିସ ଗତ 4 ତାରିଖରରେ ରିଆଜକୁ ଦିଲ୍ଲୀ ରେଳ ଷ୍ଟେସନରୁ ଗିରଫ କରିଥିଲା ।

ତେବେ ରିଆଜ ହତିଆର ଏବଂ ଗୋଳା ବାରୁଦ ସପ୍ଲାଏ କରୁଥିଲା ଏବଂ ଆତଙ୍କବାଦୀଙ୍କ ମୁଖ୍ୟ ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରୱର ରାଥରଙ୍କ ସହ ମିଶି ସେ ଆତଙ୍କବାଦୀ ଆକ୍ରମଣ କରିବାର ଷଡଯନ୍ତ୍ର କରୁଥିବା ନେଇ ମଧ୍ୟ ସୂଚନା ରହିଛି । ଫେବ୍ରୁଆରୀ ୪ ତାରିଖରେ ଷ୍ଟେସନର ଏଗଜିଟ୍ ଗେଟ୍ ନମ୍ବର-୧ରୁ ରିଆଜଙ୍କୁ ଗିରଫ କରାଯାଇଥିଲା ।












Click it and Unblock the Notifications