ଫଲୋଦୀରେ ଦେଶର ସର୍ବ ବୃହତ ଥର୍ମୋମିଟର
ରାଜସ୍ଥାନ ଫଲୋଦୀରେ ସ୍ଥାପିତ ହେଲା ଦେଶର ସର୍ବ ବୃହତ ଥର୍ମୋମିଟର । ଜ୍ବରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଥର୍ମୋମିଟର ସ୍ଥାପନ କରାଯାଇଛି।
ଜୟପୁର: ରାଜସ୍ଥାନ ଫଲୋଦୀରେ ସ୍ଥାପିତ ହେଲା ଦେଶର ସର୍ବ ବୃହତ ଥର୍ମୋମିଟର । ଜ୍ବରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଥର୍ମୋମିଟର ସ୍ଥାପନ କରାଯାଇଛି।
ଏହାର ଉଚ୍ଚତା 12 ଫୁଟ ରହିଥିବା ବେଳେ ଗୁରବାର ଏଡିଏମ୍ ହାକାମ ଖାନ ଏବଂ ଏସଡିଏମ ଡ.ଅର୍ଚ୍ଚନା ଭାୟାସ ଏହାର ଉଦଘାଟନ କରିଛନ୍ତି। ଡ.ରେଡ୍ଡୀଙ୍କ ଲାବ୍ରୋଟୋରୀ ଦ୍ବାରା ଏହି ଥର୍ମୋମିଟର ସ୍ଥାପିତ ହୋଇଛି ।

ଏହା ଦେଶର ବୃହତ୍ତମ ଥର୍ମୋମିଟର ହୋଇଥିବାରୁ ଏହାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଡକ୍ଟର ରେଡିସ୍ ଲାବୋରେଟୋରୀକୁ ଏଥିପାଇଁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଥର୍ମୋମିଟର ଫାଲୋଦାରେ ଏକ ବର୍ଷ ପାଇଁ ସ୍ଥାପିତ ହୋଇଥିବା ବେଳେ ଏହା ତାପମାତ୍ରା ବିଷୟରେ ସୂଚନା ଦେବ । ବିଶ୍ବର ସବୁଠାରୁ ଉଚ୍ଚତମ ଥର୍ମୋମିଟର ଆମେରିକାର କାଲିଫର୍ଣ୍ଣିଆ ବେକର୍ ଠାରେ ରହିଛି । ଯାହାର ଉଚ୍ଚତା 134 ଫୁଟ । ଏହା 1991ରେ ପ୍ରତିଷ୍ଠିତ ହୋଇଥିଲା । ଏହା ବ୍ୟତୀତ ଚାଇନାରେ 12 ମିଟରର ବୃହତ୍ତମ ଥର୍ମୋମିଟର ସ୍ଥାପିତ ହୋଇଛି ।












Click it and Unblock the Notifications