Get Updates
Get notified of breaking news, exclusive insights, and must-see stories!

ଏକ ବଡ଼ଧରଣର ହାଇ-ଟେକ୍ ଆନ୍ତର୍ଜାତୀୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ, ୭ ଗିରଫ

ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ୟୁନିଟ୍ 'ସିଆଇକେ' (କାଉଣ୍ଟର ଇଣ୍ଟେଲିଜେନ୍ସ କଶ୍ମୀର) ଶ୍ରୀନଗରରେ ଏକ ବଡ଼ଧରଣର ହାଇ-ଟେକ୍ ଆନ୍ତର୍ଜାତୀୟ ସାଇବର ଅପରାଧ ସିଣ୍ଡିକେଟ୍କୁ ଧରିବାରେ ସଫଳ ହୋଇଛି। ଏହି ରାକେଟ୍ ବିଦେଶୀ ନାଗରିକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରି କୋଟି କୋଟି ଟଙ୍କା ଲୁଟ୍ କରୁଥିବା ଜଣାପଡିଛି। ରଙ୍ଗରେଥ୍ ଶିଳ୍ପାଞ୍ଚଳରେ ଚାଲିଥିବା ଏହି ଅବୈଧ କଲ୍ ସେଣ୍ଟର ଉପରେ ଚଢ଼ାଉ କରି ପୁଲିସ ୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ସିଆଇକେ-ସିଆଇଡିକୁ କିଛି ଦିନ ହେବ ସୂଚନା ମିଳୁଥିଲା ଯେ ଶ୍ରୀନଗରର କିଛି ଅଞ୍ଚଳରେ ଗୁପ୍ତ କଲ୍ ସେଣ୍ଟର ମାଧ୍ୟମରେ ଅନଲାଇନ୍ ଠକେଇ ଚାଲିଛି। ଏହା ପରେ ବୈଷୟିକ ବିଶେଷଜ୍ଞ ଓ କ୍ଷେତ୍ର ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଡିଜିଟାଲ୍ ଇଣ୍ଟେଲିଜେନ୍ସ ଓ ବ୍ୟାପକ ତଦନ୍ତ ପରେ ପୁଲିସ ରଙ୍ଗରେଥ୍ ଅଞ୍ଚଳରେ ଏହି କାର୍ଯ୍ୟକ୍ଷମ ହବକୁ ଚିହ୍ନଟ କରି ସହରର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ବ୍ୟାପକ ସାମଗ୍ରୀ ଜବତ କରିଛି, ଯେଉଁଥିରେ ୧୩ଟି ମୋବାଇଲ୍ ଫୋନ୍ ଓ ୯ଟି ଲାପଟପ୍, ଭିଓଆଇପି ସିଷ୍ଟମ୍, ଅନେକ ସିମ୍ କାର୍ଡ ଓ ନେଟୱାର୍କିଂ ଡିଭାଇସ୍, ଡିଜିଟାଲ୍ ଷ୍ଟୋରେଜ୍ ମିଡିଆ ଅନ୍ତର୍ଭୁକ୍ତ ରହିଛି। ଏହି ଉପକରଣଗୁଡ଼ିକ ପ୍ରମାଣ କରୁଛି ଯେ ଏହି ନେଟୱାର୍କ ଅତ୍ୟନ୍ତ ସଂଗଠିତ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଅତ୍ୟାଧୁନିକ ଥିଲା।

ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏହି ଠକ ସିଣ୍ଡିକେଟ୍ ମୁଖ୍ୟତଃ ଆମେରିକା, ବ୍ରିଟେନ ଓ କାନାଡା ଭଳି ଦେଶର ଲୋକଙ୍କୁ ଟାର୍ଗେଟ କରୁଥିଲେ। ସେମାନେ 'ଇଣ୍ଟରନ୍ୟାସନାଲ କମ୍ୟୁନିକେସନ ମାସ୍କିଂ ଟେକ୍ନୋଲୋଜି' ବ୍ୟବହାର କରି ନିଜର ପ୍ରକୃତ ସ୍ଥାନ ଲୁଚାଉଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମ୍ପୂର୍ଣ୍ଣ କାରବାରରେ ନଗଦ ଟଙ୍କାର ବ୍ୟବହାର ହେଉନଥିଲା ବରଂ କ୍ରିପ୍ଟୋକରେନ୍ସି (ୟୁଏସଡିଟି) ଏବଂ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ଟଙ୍କା ଲଣ୍ଡରିଂ କରାଯାଉଥିଲା।

ଅଭିଯୁକ୍ତମାନେ ନକଲି 'ୟାହୁ' ମେଲ୍ ୱେବସାଇଟ୍ ଏବଂ ଗୁଗୁଲ ଆଡ୍ସ ବ୍ୟବହାର କରି ପୀଡିତଙ୍କୁ ଜାଲରେ ଫସାଉଥିଲେ। ଲୋକମାନେ ବିଜ୍ଞାପନରେ କ୍ଲିକ୍ କଲେ ସେମାନଙ୍କ ସ୍କ୍ରିନରେ ଏକ ନକଲି ଟୋଲ୍-ଫ୍ରି ନମ୍ବର ଦେଖାଯାଉଥିଲା। ଠକମାନେ ନିଜକୁ ବୈଷୟିକ ସହାୟତା କର୍ମଚାରୀ କହି ଲୋକଙ୍କ ବ୍ୟାଙ୍କିଂ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିଲେ। ପୀଡିତଙ୍କୁ ଡରାଇ ଦିଆଯାଉଥିଲା ଯେ ସେମାନଙ୍କ ଡିଭାଇସ୍ ହ୍ୟାକ୍ ହୋଇଛି ଏବଂ ଏହାର ସମାଧାନ ପାଇଁ ଟଙ୍କା ମଗାଯାଉଥିଲା। ଲୁଟ୍ ହୋଇଥିବା ପାଣ୍ଠିକୁ ଟ୍ରାକିଂରୁ ବଞ୍ଚାଇବା ପାଇଁ ତାହାକୁ କ୍ରିପ୍ଟୋକରେନ୍ସିରେ ରୂପାନ୍ତରିତ କରାଯାଉଥିଲା।

cyber

ତେବେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଆଇଟି ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଜବତ ଡିଭାଇସଗୁଡ଼ିକର ଫୋରେନସିକ୍ ଯାଞ୍ଚ କରାଯାଉଛି। ଏହି ନେଟୱାର୍କ ପଛରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ 'ସିଆଇକେ' ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+