ବିପଦ ଡାକିଛି କି ଭାରତ ? ସାମ୍ନାକୁ ଆସିଲା ଚିନ୍ତାଜନକ ରିପୋର୍ଟ :12 ଲକ୍ଷ ପିଲାଙ୍କୁ ଦିଆଯାଇନି ମିଳିମିଳା ଟିକା
ସାରା ବିଶ୍ୱରେ ବଢିବାରେ ଲାଗିଛି ସେହି ସମୟରେ ଭାରତ ବିଶ୍ୱର ସେହି ଛଅ ଦେଶ ମଧ୍ୟରେ ସାମିଲ ଅଛି ଯେଉଁମାନେ ପିଲାମାନଙ୍କୁ ସଠିକ୍ ଭାବରେ ମିଳିମିଳା ଟିକା ଦେଇପାରି ନାହାନ୍ତି
ନୂଆଦିଲ୍ଲୀ : କୋଭିଡ୍ ମହାମାରୀରେ ସାରା ଦେଶ ପ୍ରତିକୂଳ ପରିବେଶ ମଧ୍ୟରେ ଗତି କରୁଥିବା ବେଳେ ଏବେ ଆଉ ଏକ ରିପୋର୍ଟ ଚିନ୍ତା ବଢେଇ ଦେଇଛି । ଯେଉଁ ସମୟରେ ମିଳିମିଳାର ବିପଦ ସାରା ବିଶ୍ୱରେ ବଢିବାରେ ଲାଗିଛି ସେହି ସମୟରେ ଭାରତ ବିଶ୍ୱର ସେହି ଛଅ ଦେଶ ମଧ୍ୟରେ ସାମିଲ ଅଛି ଯେଉଁମାନେ ପିଲାମାନଙ୍କୁ ସଠିକ୍ ଭାବରେ ମିଳିମିଳା ଟିକା ଦେଇପାରି ନାହାନ୍ତି । ଗତବର୍ଷ ଅର୍ଥାତ 2019ରେ ମିଳିମିଳା ନେଇ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଆମେରିକାର ଏକ ସଂସ୍ଥା ମିଳିତ ଭାବରେ ରିପୋର୍ଟ ପ୍ରକାଶ କରିଛନ୍ତି ।
ରିପୋର୍ଟ ଅନୁସାରେ ଭାରତରେ 1.2 ମିଲିୟନ (12 ଲକ୍ଷ) ପିଲା ଅଛନ୍ତି ଯେଉଁମାନଙ୍କୁ ଗତ 2019 ବର୍ଷରେ ମିଳିମିଳା ଟିକା ଦିଆଯାଇନଥିଲା ।
ସେହିପରି ନାଇଜେରିଆରେ 3.3 ମିଲିୟନ, ଇଥୋପିଆ 1.5 ମିଲିୟନ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କାଙ୍ଗୋରେ 1.4 ମିଲିୟନ, ପାକିସ୍ତାନରେ 1.4 ମିଲିୟନ ଓ ଫିଲିଫାଇନ୍ସରେ 0.7 ମିଲିୟନ ପିଲାଙ୍କୁ ମିଳିମିଳା ଟିକା ଦିଆଯାଇ ପାରିନାହିଁ ।
ଯାହା ବର୍ତ୍ତମାନ ସମୟରେ ସବୁଠାରୁ ଚିନ୍ତାଜନକ ବିଷୟ ପାଲଟିଛି । Progress Towards Regional Measles Elimination Worldwide 2000-2019 ତା ରିପୋର୍ଟରେ କହିଛି ସାରା ବିଶ୍ୱରେ ମିଳିମିଳା ଜନିତ ମାମଲା ବଢିଯାଇଛି ।

ଏହି ସଂଖ୍ୟା 2019ରେ ସବୁଠାରୁ ଅଧିକ 8 କୋଟି 69 ଲକ୍ଷ 770 ରେକର୍ଡ କରାଯାଇଛି । ଯାହା 1996 ମସିହା ପରଠାରୁ ସବୁଠାରୁ ଅଧିକ ରହିଛି । ଏହାବାଦ୍ ମିଳିମିଳାରେ 2 ଲକ୍ଷ 7 ହଜାର 500 ଜଣଙ୍କର ମୃତ୍ୟୁ ହୋଇଛି । WHO ର ଡାକ୍ତର କହିଛନ୍ତି ଆମେ ଜାଣିଛୁ ମିଳିମିଳା ରୋଗର ନିରାକରଣ କିପରି କରାଯାଏ । ହେଲେ ସାରା ବିଶ୍ୱରେ ବଢୁଥିବା ଏହି ରୋଗ ପାଇଁ ଅନେକ ଦେଶ ଯେ ପ୍ରତିରୋଧ କରିବାରେ ଅସମର୍ଥ ତାହା ରିପୋର୍ଟରୁ ସ୍ପଷ୍ଟ ଜଣାପଡିଛି । ସାମ୍ମୁହିକ ଭାବରେ ଏହି ଟିକାକୁ ପ୍ରତ୍ୟେକ ବର୍ଗର ପିଲାମାନଙ୍କ ପାଖରେ ପହଞ୍ଚେଇବା ଆବଶ୍ୟକ । ଆହୁରି ମଧ୍ୟ ମିଳିମିଳାର ପ୍ରକୋପ ରୋକିବା ପାଇଁ MCVI1 ଏବଂ MCVI2 ଭ୍ୟାକ୍ସିନ ସହିତ ଟିକାକରଣ 95 ପ୍ରତିଶତ ପହଞ୍ଚିବା ଆବଶ୍ୟକ ବୋଲି WHOର ଡାକ୍ତର ଟେଡ୍ରୋସ କହିଛନ୍ତି ।












Click it and Unblock the Notifications