‘ସିନ୍ଦୂର’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ଅସ୍ତ୍ରବିରତି ପର ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦ
'ସିନ୍ଦୂର'କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ । ଅସ୍ତ୍ରବିରତି ପର ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୩ ସେନା ମୁଖ୍ୟଙ୍କ ସହ ଚାଲିଛି ଆଲୋଚନା । NSA ଅଜିତ୍ ଡୋଭାଲ, CDS ଅନୀଲ ଚୌହାନ ଉପସ୍ଥିତ ।
ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଥିବା ଏକ ବାୟୁସେନା ଘାଟିରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଛନ୍ତି। ଶନିବାର ରାତିରେ ପାକିସ୍ତାନ ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଶନିବାର ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଏୟାରବେସ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଯାହାକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରାଯାଇଥିଲା। ତେବେ ନିକଟରେ ଡ୍ୟୁଟି କରୁଥିବା ରାଜସ୍ଥାନର ସୁରେନ୍ଦ୍ର ସିଂହ ମୋଗାଙ୍କ ଦେହରେ ଡ୍ରୋନର ଖଣ୍ଡ ବିଖଣ୍ଡିତ ଅଂଶ ବାଜିଥିଲା।

ଶହୀଦ ଯବାନ ହେଲେ ସୁରେନ୍ଦ୍ର କୁମାର ଓ ସେ ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ମେହେରାଦାସୀ ଗାଁର ବାସିନ୍ଦା ଥିଲେ। ସୁରେନ୍ଦ୍ର ଭାରତୀୟ ବାୟୁସେନାର ୩୯ ଉଇଙ୍ଗରେ ମେଡିକାଲ ସାର୍ଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଛି।
ପ୍ରତିରକ୍ଷା ବିଭାଗ ତାଙ୍କ ପରିବାରକୁ ଏହି ଦୁଃଖଦ ଖବର ଜଣାଇ ପରିବାର ପାଇଁ ଶୋକ ପ୍ରକାଶ କରିଛି। ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି।












Click it and Unblock the Notifications