ଭାରତରେ ମିଳିଲା ରେୟାର ଆର୍ଥ ମେଟାଲ୍ସର ବଡ଼ ଖଣି

ରେୟାର ଆର୍ଥ ମ୍ୟାଟେରିଆଲ ଉପରେ ଚୀନର ଦବଦବାକୁ କମ୍ କରିବା ଦିଗରେ ବଡ଼ ପଦକ୍ଷେପ ନେଉଛି ଭାରତ । ଦେଶରେ ଅନେକ ସ୍ଥାନରେ ରେୟାର ଆର୍ଥ ମ୍ୟାଟେରିଆଲର ଖୋଜ ଜାରି ରହିଛି। ଏହାରି ମଧ୍ୟରେ ଭାରତ ହାତରେ ଲାଗିଛି ଏକ ବଡ଼ ସଫଳତା। ଅରୁଣାଚଳ ପ୍ରଦେଶର ପାପୁମ ପାରେ ଜିଲ୍ଲାରେ ରେୟାର ଆର୍ଥ ଏଲିମେଣ୍ଟସର ଏକ ବଡ଼ ଭଣ୍ଡାର ମିଳିଥିବା ନେଇ ଦାବି କରାଯାଉଛି। ଏମିତିରେ ଆଶା କରାଯାଉଛି ବିରଳ ଖଣିଜ ପାଇଁ ଚୀନ ଉପରେ ନିର୍ଭରତା କମ୍ କରିବାର ଏହା ଏକ ଭଲ ସୁଯୋଗ ହୋଇପାରିବ।

discovered

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ ଜୁନ୍‌ରେ ଖଣିଜ ମନ୍ତ୍ରଣାଳୟ ଏକ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ ଏହି କ୍ଷେତ୍ରରେ ନୟୋଡିମିୟମ ବିପୁଳ ମାତ୍ରାରେ ଥିବା କଥା କୁହାଯାଇଛି। ନିୟୋଡିମିୟମ ଏକ ଗୁରୁତ୍ବପୂର୍ଣ୍ଣ ଧାତୁ। ଏହାର ବ୍ୟବହାର ଇଲେକ୍ଟ୍ରିକ୍ ଗାଡ଼ି, ଆଧୁନିକ ଇଲେକ୍ଟ୍ରୋନିକ୍ସ ଏବଂ ମ୍ୟାଗ୍ନେଟ୍ ତିଆରି କରିବାରେ କରାଯାଇଥାଏ। ଏହି ଧାତୁର ବର୍ତ୍ତମାନ ବିଶ୍ବ ବଜାରରେ ଅତ୍ୟଧିକ ଚାହିଦା ରହିଛି। ବିଶେଷକରି ସେହି ସମୟରେ ଯେତେବେଳେ ସବୁ ଦେଶ ଇଲେକ୍ଟ୍ରିକ ଗାଡ଼ି ଏବଂ ଗ୍ରୀନ ଟେକ୍ନୋଲୋଜି ଆଡ଼କୁ ବଢ଼ୁଛି।

ଯଦି ପାପୁମ ପାରେ ଅଞ୍ଚଳରେ ଏହି ଧାତୁକୁ ବାହାର କରିବା କାମ ଆରମ୍ଭ ହୁଏ, ତେବେ ଦେଶର ଅନେକ ପ୍ରମୁଖ ସହର ଯେପରିକି ଗୁଡଗାଓଁ, ପୁନେ ଏବଂ ଚେନ୍ନାଇରେ ଇଲେକ୍ଟ୍ରିକ୍‌ ଗାଡ଼ି ଏବଂ ଅଟୋମୋବାଇଲ ଉଦ୍ୟୋକୁ ବଡ଼ ବୁଷ୍ଟ ମିଳିପାରେ। ସେହିଭଳି ଆସାମର କାର୍ବି ଆଙ୍ଗଲୋଙ୍ଗ ଏବଂ ମେଘାଳୟର ସୁଙ୍ଗ ଘାଟୀରେ ମଧ୍ୟ ପ୍ରଚୁର ରେୟାର ଆର୍ଥ ଏଲିମେଣ୍ଟସ ମଳିଛି। ଏହା ବାଦ ମଧ୍ୟ ପ୍ରଦେଶର ସିଙ୍ଗରୋଲୀ କ୍ଷେତ୍ରରେ ମଧ୍ୟ ବିରଳ ଖଣିଜର ସଙ୍କେତ ମିଳିଛି।

ଭାରତ ପାଇଁ ଏହି ଖୋଜ ଖୁବ୍ ମହତ୍ବପୂର୍ଣ୍ଣ କାରଣ, ଚୀନ ଉପରେ ରେୟାର ଆର୍ଥ ମ୍ୟାଟେରିଆଲ ପାଇଁ ନିର୍ଭରତା ରହିଆସିଛି। ଭାରତର ପ୍ରାୟ ୮୫-୯୦% ବିରଳ ଖଣିଜ ଚୀନରୁ ଆମଦାନୀ ହେଉଛି। ଅବଶ୍ୟ ଏବେ ଏହି ନୂଆ ଭଣ୍ଡାର ମିଳିବା ଦ୍ବାରା ଭାରତକୁ ଏହି ଧାତୁର ଚାହିଦା ପୂରଣ ଦିଗରେ ଆତ୍ମନିର୍ଭର ହେବାକୁ ଅବସର ମିଳିପାରେ।

ଏହାଦ୍ବାରା ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବା ସହ ଦେଶର ପ୍ରଯୁକ୍ତି ଏବଂ ଔଦ୍ୟୋଗିକ ବିକାଶରେ ମଧ୍ୟ ସାହାଯ୍ୟ ହେବ। ଆଉ ଭାରତ ଉପରେ ଚୀନର ଯୋଗାଣ ନୀତିର ମଧ୍ୟ ପ୍ରଭାବ ପଡ଼ିବ ନାହିଁ କି' ଭବିଷ୍ୟତରେ ଯୋଗାଣରେ କୌଣସି ପ୍ରକାର ବାଧାର ସୃଷ୍ଟି ହେବନାହିଁ।

ସୂଚନାଯୋଗ୍ୟ, ବର୍ତ୍ତମାନ ରେୟାର ଆର୍ଥ ମ୍ୟାଟେରିଆଲ ଉତ୍ପାଦନରେ ଭାରତର ଭାଗ ପ୍ରାୟ ୧%ରୁ ମଧ୍ୟ କମ୍। ଅନ୍ୟପଟେ ଚୀନ୍ର ୭୦ ବିରଳ ଖଣିଜର ଉତ୍ପାଦନ ଏବଂ ୯୦% ପ୍ରକ୍ରିୟାକରଣ କରିବା କ୍ଷମତା ରହିଛି। ତେଣୁ ଏହି ଅସନ୍ତୁଳନକୁ ଦେଖି ଭାରତକୁ ନିଜର ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ପଦକ୍ଷେପ ନେବାକୁ ହେବ ।ଯେପରି ଚୀନ ଉପରେ ନିର୍ଭରତା ସମ୍ପର୍ଣ୍ଣ ଭାବରେ ଶେଷ କରିହେବ। ଅବଶ୍ୟ ଆଗାମୀ କିଛି ବର୍ଷରେ ଯଦି ଭାରତ ଏହି ଦିଗରେ ଦ୍ରୁତ ଭାବରେ ପଦକ୍ଷେପ ନେଉଛି, ତେବେ ସମଗ୍ର ଦୁନିଆରେ ବିରଳ ଖଣିଜ ଯୋଗାଣରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ନେଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+