ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ: ୭ ମୃତ
Landslides In Tripura: ଲଗାଣ ବର୍ଷା ନେଇ ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ । ଗୋଟିଏ ପରିବାରର ୩ ଜଣଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଲୋକ ବର୍ତ୍ତମାନ ନିଖୋଜ ଅଛନ୍ତି । ସୋମବାରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି ।

ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ, ସୋମବାର ବିଳମ୍ବ ରାତ୍ରିରେ ଦକ୍ଷିଣ ତ୍ରିପୁରା ଜିଲ୍ଲାର ଦେବିପୁରରେ ଏକ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଥିଲା ଯେଉଁଥିରେ ଜଣେ ମହିଳା ଓ ଶିଶୁଙ୍କ ସମେତ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି ।
ଆହୁରି ସୂଚନା ରହିଛି, ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଗୋମାତି ଏହଂ ଖୋୱାଇ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେହିପରି ଗୋମାତି ଏବଂ ଖୋୱାଇ ଜିଲ୍ଲାରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ତ୍ରିପୁରା ଓ ଗୋମତି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।












Click it and Unblock the Notifications