Get Updates
Get notified of breaking news, exclusive insights, and must-see stories!

ୱାୟନାଡ଼ରେ ମୃତ୍ୟୁର ତାଣ୍ଡବ ରଚିଲା ଭୂସ୍ଖଳନ, ୧୪୬ ଛୁଇଁଲା ମୃତ୍ୟୁ ସଂଖ୍ୟା

କେରଳର ୱାୟନାଡ ଜିଲ୍ଲାରେ ଭୂସ୍ଖଳନ ହେତୁ ସବୁକିଛି ନଷ୍ଟ ହୋଇଯାଇଛି। ୱାୟନାଡ ଭୂସ୍ଖଳନରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା ୧୪୬ ରେ ପହଞ୍ଚିଛି। ଶତାଧିକ ଆହତ ହୋଇଛନ୍ତି। ମଙ୍ଗଳବାର ଉଦ୍ଧାର କାର୍ୟ୍ୟ ଶେଷ ହେବା ବେଳକୁ ୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ସକାଳୁ ମଧ୍ୟ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଯାଇଛି ।

Wayanad landslides

ଶତାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗଳବାର ଭୋର ସମୟରେ ଭୂସ୍ଖଳନ ଘଟିବାରୁ ଲୋକମାନେ ନିଜ ଘରେ ଶୋଇଥିବା ବେଳେ ଘରୁ ବାହାରିବାର ସୁଯୋଗ ପାଇନଥିଲେ। ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଛି ଏବଂ ଅନେକ ଗଛ ଉପୁଡ଼ି ପଡ଼ିଛି। ଖରାପ ପାଗ ମଧ୍ୟରେ ସେନା, ନୌସେନା ଏବଂ ଏନଡିଆରଏଫର ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।

ଏକାଧିକ ଏଜେନ୍ସି ମିଳିତ ଭାବେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ କାମ କରୁଛନ୍ତି। ଏହା ପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଥିଲେ ଯେ ୱାୟନାଡରେ ଭୂସ୍ଖଳନରେ ଆହତ ହୋଇଥିବା ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଚିହ୍ନଟ କରାଯାଉଛି ବୋଲି ସେ କହିଛନ୍ତି । ଅନେକ ମୃତଦେହ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି। ଜିଲ୍ଲାରେ ସ୍ଥାପିତ ୪୫ଟି ରିଲିଫ୍ କ୍ୟାମ୍ପକୁ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ବିଜୟନ କହିଛନ୍ତି। ପ୍ରଥମ ଭୂସ୍ଖଳନ ରାତି ୨ଟାରେ ହୋଇଥିବା ବେଳେ ଦ୍ୱିତୀୟ ଭୂସ୍ଖଳନ ଭୋର ୪ଟା ୧୦ରେ ହୋଇଥିଲା। ଲୋକସଭାରେ ବିରୋଧୀ ଦଳ ନେତା ତଥା ୱାୟନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସଂସଦରେ ୱାୟନାଡ ଭୂସ୍ଖଳନ ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ରାହୁଲ ଗାନ୍ଧି ୱାୟନାଡ ଗସ୍ତ କରିବାର ସମ୍ଭାବନା ରହିଛି ।

କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ। ନିଖୋଜ ଡାକ୍ତର ହେଲେ ଚୌଦ୍ବାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ବାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନ ହୋଇଥିଲେ। ଯାହା ପରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି। ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି। ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ବିଷ୍ଣୁଙ୍କ ପରିବାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+