For Quick Alerts
Turn On Notification  
For Daily Alerts
Oneindia App Download

କୁଲ୍ଲୁରେ ଭୂସ୍ଖଳନ: 1 ମୃତ , 4 ଜଣଙ୍କର ମିଳୁନି ପତ୍ତା

ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଜାରି ରହିଛି । ଆଜି ସକାଳୁ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତରେ ବାଧା ଉପୁଜୁଛି। ପ୍ରଭାବିତ ହୋଇଛି ସାଧାରଣ ଲୋକଙ୍କ ଜୀବନ। ଏହି ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା 4 ଜଣ ନିଖୋଜ ରହିଛି।

|

ଶିମଲା: ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଜାରି ରହିଛି । ଆଜି ସକାଳୁ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତରେ ବାଧା ଉପୁଜୁଛି। ପ୍ରଭାବିତ ହୋଇଛି ସାଧାରଣ ଲୋକଙ୍କ ଜୀବନ। ଏହି ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା 4 ରୁ 6 ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । କୁଲ୍ଲୁର ଛଲାଲ ଗାଁରେ ମଧ୍ୟ ଅନେକ କ୍ଷତି ହୋଇଛି।

landslide

ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ଏହି ଅଞ୍ଚଳରେ ଏବେ ପୋଲିସ, ପ୍ରଶାସନର ଟିମ ବର୍ଷା ସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ସକାଳୁ ହଠାତ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ଜଳ ପ୍ରବାହ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ଅନେକ ଘର । କୁଲ୍ଲୁରେ ଏକ ପୋଲ ମଧ୍ୟ ବର୍ଷା ଜଳରେ ଭୁଶୁଡି ପଡିଥିବା ସୂଚନା ମିଳିଛି ।

ହଠାତ ବର୍ଷା ଯୋଗୁଁ ନଦୀ ଓ ନାଳରେ ଜଳସ୍ତର ବଢିବାରେ ଲାଗିଲାଣି । ତେଣୁ ତଳିଆ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରଶାସନ ଚେଷ୍ଟା ଆରମ୍ଭ କରିଥିବା ସୂଚନା ମିଳିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
landslide in Himachal pradesh kullu, 1 died and 4 other missing. 2 other injured admitted in nearest hospital.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X