ମୁମ୍ବାଇରେ ପ୍ରବଳ ବର୍ଷା , ଭୂସ୍ଖଳନରେ ଦୁଇ ଜଣଙ୍କର ମୃତ୍ୟୁ
ପ୍ରବଳ ବର୍ଷା ଯୋଗୁଁ ଶନିବାର ମୁମ୍ବଇର ଭିକ୍ରୋଲି ଅଞ୍ଚଳରେ ଭୂସ୍ଖଳନ ଘଟି ୨ ଜଣ ପ୍ରାଣ ହରାଇଛନ୍ତି। ଆହତ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସମୟରେ ମୃତାହତମାନେ ଉକ୍ତ ଘରେ ରହିଥିଲେ। ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ମାଟି ଅତଡା ପରିଷ୍କାର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବଇ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।












Click it and Unblock the Notifications