ମହାରାଷ୍ଟ୍ରରେ ଭୂସ୍ଖଳନ:୧୩ ମୃତ, ୧୦୦ରୁ ଅଧିକ ଫସି ରହିଥିବାର ଆଶଙ୍କା
ମୁମ୍ବାଇ: ମହାରାଷ୍ଟ୍ରରେ ଭୂସ୍ଖଳନରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି । ସେହିପରି ୪୮ଟି ପରିବାର ଏହି ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି ।
ସାରା ଦେଶରେ ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଛି । ଯେଉଁଥି ପାଇଁ ଅନେକ ସ୍ଥାନରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି । ଗୁରୁବାର ପୂର୍ବାହ୍ନରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଲୋକ ଫସିରହିଛନ୍ତି ଏବଂ ୪୮ରୁ ଅଧିକ ଘର ପ୍ରଭାବିତ ହୋଇଥିବା ବେଳେ ୨୦ରୁ ଅଧିକ ଘର କାଦୁଅ ଭିତରେ ଫସି ରହିଥିବା ନେଇ ସୂଚନା ରହିଛି । ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।

ଇଣ୍ତିଆ ଟୁଡେ ରିପୋର୍ଟ ଅନୁସାରେ, ଭୂସ୍ଖଳନ ଘଟିବା ବେଳେ ଅଧିକାଂଶ ଲୋକ ଶୋଇ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ତେବେ ଭୂସ୍ଖଳନରେ ପ୍ରାଣ ହରାଇଥିବା ପରିବାରକୁ ମୁଖ୍ୟମନ୍ତ୍ରୀ ଏକ ନାଥ ସିନ୍ଦେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ସେହିପରି ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ବୋଲି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications