କେଦାରନାଥରେ ଭୂସ୍ଖଳନ, ୩ ମୃତ, ୭ ଆହତ
ନୂଆଦିଲ୍ଲୀ: ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ଉତ୍ତରପ୍ରଦେଶର କେଦାରନାଥରେ ଏକ ବଡ଼ ଧରଣର ଅଘଟଣା ଘଟିଯାଇଛି। ଏହି ଭୂସ୍ଖଳନରେ ମହାରାଷ୍ଟ୍ରର ଦୁଇ ପର୍ଯ୍ୟଟକଙ୍କ ସମେତ ଅତିକମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରସିଦ୍ଧ କେଦାରନାଥ ମନ୍ଦିର ପାଇଁ ଜଣାଶୁଣା ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥରେ ଥିବା ଗୌରୀକୁଣ୍ଡ ଏବଂ ଚିରବାସା ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ଆଠ ଜଣ ଲୋକ ଆହତ ହୋଇଛନ୍ତି ବୋଲି ମଧ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।
ରୁଦ୍ରପ୍ରୟାଗର ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "କେଦାରନାଥ ଯାତ୍ରା ମାର୍ଗରେ ଚିରବାସାଠାରେ ଭକ୍ତମାନେ ଭୂସ୍ଖଳନରେ ଫସି ଯାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଜିଲ୍ଲା ବିପର୍ଯ୍ୟୟ ମୁକାବିଲା ପାଇଁ ଟିମ୍ ଉଦ୍ଧାର କାର୍ଯ୍ୟ କରୁଛି।"
ବରିଷ୍ଠ ଅଧିକାରୀ ଆହୁରି କହିଛନ୍ତି, "ଆଘାତ ଏବଂ ପ୍ରାଣ ହରାଇବାର ସମ୍ଭାବନାକୁ କମ୍ କରିବା ପାଇଁ ପ୍ରୟାସ କରାଯାଉଛି। ଜିଲ୍ଲା ପ୍ରଶାସନ ନିରନ୍ତର ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରୁଛନ୍ତି।"












Click it and Unblock the Notifications