କାର୍ଗିଲରେ ହେଲା ଭୟଙ୍କର ଭୂସ୍ଖଳନ, ଘର ଭୁଶୁଡ଼ି ୧୨ ଆହତ
ଲଦାଖ: ଲଦାଖର କାର୍ଗିଲର ନାଲା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ କୋଠା ଭୁଶୁଡ଼ି ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଥିସହ ଭାରତୀୟ ସେନା, ଲଦାଖ ପୁଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ ଏବଂ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସୁରକ୍ଷିତ ଭାବେ କାର୍ଗିଲ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କାର୍ଗିଲର ମୁଖ୍ୟ କାର୍ଯ୍ୟନିର୍ବାହୀ କାଉନସିଲର ଡ.ଜାଫର ଅଖୋନେ, ଡେପୁଟି କମିଶନର କାର୍ଗିଲ ବାଲାସାବ ସୁସେ ଓ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କାର୍ଗିଲ ଡେପୁଟି କମିଶନର ବାଲାସାବ ସୁସେ କହିଛନ୍ତି ଯେ ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏବେ ଅତିରିକ୍ତ ରାଜସ୍ୱ କମିସନର ଏହି ଘଟଣାର ତଦନ୍ତ କରୁଛନ୍ତି।












Click it and Unblock the Notifications