ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ: ୩ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପବନ ରାଜ୍ୟର ଅନେକ ଅଞ୍ଚଳରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଜମ୍ମୁକାଶ୍ମୀରର ରାମବନ ଜିଲ୍ଲାରେ ଭୂସ୍ଖଳନ । ଘର ଭାଙ୍ଗିବା ସହ ଯାନବାହନ ନଷ୍ଟ ହୋଇଯାଇଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୋଲିସ ଏବଂ ପ୍ରଶାସନର ସତର୍କତା ଯୋଗୁଁ ସମୟ ମଧ୍ୟରେ ଅନେକ ଜୀବନ ରକ୍ଷା କରାଯାଇଥିଲା । ହେଲେ ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ରାମବନରେ ରାତିସାରା ପ୍ରବଳ ପବନ ଏବଂ ଶିଳାବୃଷ୍ଟି ଯୋଗୁଁ ସହର ଏବଂ ଆଖପାଖ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହି କାରଣରୁ ଜାତୀୟ ରାଜପଥ ଅବରୋଧ ହୋଇଥିଲା ।

Jammu and Kashmir

ରାମବନ ଜିଲ୍ଲାର ଧରମକୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ନଦୀ ପାଣି ଗାଁରେ ପସିଯାଇଥିଲା, ଯାହା ଫଳରେ ହଠାତ୍ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ଦଶଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨୫ ରୁ ୩୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସବୁଠାରୁ ବଡ଼ ଚିନ୍ତାର ବିଷୟ ଥିଲା ଯେ ଏହି ଅଞ୍ଚଳରେ ପ୍ରାୟ 90 ରୁ 100 ଲୋକ ଫସି ରହିଥିଲେ ଯେଉଁ ମାନଙ୍କୁ ପୋଲିସର ତତ୍ପରତା ଯୋଗୁଁ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+