ହିମାଚଳପ୍ରଦେଶରେ ଭୂସ୍ଖଳନ , ୫ ମୃତ
ହିମାଚଳ ପ୍ରଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଭୂସ୍ଖଳନ। ବର୍ଷା ଯୋଗୁଁ ପାହାଡରୁ ଖସୁଛି ପଥର । ସିରମୌର ଅଞ୍ଚଳରେ ଭୂସ୍ଖଳନ ହୋଇ ଗୋଟିଏ ପରିବାରର 5ଜଣଙ୍କର ମୃତ୍ୟୁ ଘଟିଛି ।
ଶିମଲା: ହିମାଚଳ ପ୍ରଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଭୂସ୍ଖଳନ। ବର୍ଷା ଯୋଗୁଁ ପାହାଡରୁ ଖସୁଛି ପଥର । ସିରମୌର ଅଞ୍ଚଳରେ ଭୂସ୍ଖଳନ ହୋଇ ଗୋଟିଏ ପରିବାରର 5ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଭିତରେ ରହିଛନ୍ତି 5 4 ଶିଶୁ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବା ସହିତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ମାଟି ଅତଡା ତଳୁ 5 ଜଣଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ଡାକ୍ତରଖାନା ପଠାଯାଇଥିଲା । ଏବେ ବି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମଧ୍ୟ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ଠାରୁ ଚାରି ଦିନ ଧରି ପ୍ରବଳ ବର୍ଷା ଜାରି ରହିବ। ଏଥିପାଇଁ ରାଜ୍ୟବାସୀଙ୍କୁ ଏଲୋ ଆଲର୍ଟ ଜାରି କରିବା ସହ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications