ବନ୍ୟା ପରେ ଆସାମରେ ଭୁସ୍ଖଳନ, 3 ମୃତ
ଜଳମୟ ଆସାମ। ବନ୍ୟାରେ ବ୍ୟାପକ କ୍ଷତି ପପରେ ଏବେ ଦାଉ ସାଧିଛି ଭୂସ୍ଖଳନ । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25 ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।
ଗୌହାଟୀ: ଜଳମୟ ଆସାମ। ବନ୍ୟାରେ ବ୍ୟାପକ କ୍ଷତି ପପରେ ଏବେ ଦାଉ ସାଧିଛି ଭୂସ୍ଖଳନ । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ପ୍ରବଳ ବର୍ଷା କାରଣରୁ ଶନିବାର ଡିମା ହାସାଓ ଜିଲ୍ଲାର ହାଫଲଙ୍ଗରେ ଏହି ଭୁସ୍ଖଳନ ହୋଇଥିଲା । ତେବେ ବର୍ଷା ଯୋଗୁଁ ଗତ ୨ଦିନ ହେଲା ଆସାମରେ ଅନେକ ନଦୀରେ ଜଳସ୍ତର ବଢିଛି, ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟରେ ଚଳିତ ବର୍ଷର ଏହା ପ୍ରଥମ ବନ୍ୟା ପରିସ୍ଥିତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବନ୍ୟା ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁଯାୟୀ ମେ' 14 ପର୍ଯ୍ୟନ୍ତ 6ଟି ଜିଲ୍ଲାର 74ଟି ଗ୍ରାମର 24ହଜାର 681ଜଣ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । 1732.72 ଫସଲ ଜମି ନଷ୍ଟ ହୋଇଛି । କେବଳ କାଚର ଜିଲ୍ଲାରେ 21 ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି ।
ଶନିବାର ସୁରକ୍ଷାକର୍ମୀ, ପାରା-ମିଲିଟାରୀ ଫୋର୍ସ, ଅଗ୍ନିଶମ ଦ୍ବାରା ବନ୍ୟା ପ୍ରଭାବିତ ଅଞ୍ଚଳରୁ 2,150 ଲୋକଙ୍କୁ ଉଦ୍ଧାର କରିଛନ୍ତି । ନାଗାଓଁ, ଲକ୍ଷ୍ମୀପୁର, ହୋଜାଇରେ ଅନେକ ରାସ୍ତା, ବ୍ରିଜ୍ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications