For Quick Alerts
Turn On Notification  
For Daily Alerts
Oneindia App Download

ବନ୍ୟା ପରେ ଆସାମରେ ଭୁସ୍ଖଳନ, 3 ମୃତ

ଜଳମୟ ଆସାମ। ବନ୍ୟାରେ ବ୍ୟାପକ କ୍ଷତି ପପରେ ଏବେ ଦାଉ ସାଧିଛି ଭୂସ୍ଖଳନ । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25 ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

|

ଗୌହାଟୀ: ଜଳମୟ ଆସାମ। ବନ୍ୟାରେ ବ୍ୟାପକ କ୍ଷତି ପପରେ ଏବେ ଦାଉ ସାଧିଛି ଭୂସ୍ଖଳନ । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ପ୍ରବଳ ବର୍ଷା କାରଣରୁ ଶନିବାର ଡିମା ହାସାଓ ଜିଲ୍ଲାର ହାଫଲଙ୍ଗରେ ଏହି ଭୁସ୍ଖଳନ ହୋଇଥିଲା । ତେବେ ବର୍ଷା ଯୋଗୁଁ ଗତ ୨ଦିନ ହେଲା ଆସାମରେ ଅନେକ ନଦୀରେ ଜଳସ୍ତର ବଢିଛି, ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Assam flood

ରାଜ୍ୟରେ ଚଳିତ ବର୍ଷର ଏହା ପ୍ରଥମ ବନ୍ୟା ପରିସ୍ଥିତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବନ୍ୟା ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁଯାୟୀ ମେ' 14 ପର୍ଯ୍ୟନ୍ତ 6ଟି ଜିଲ୍ଲାର 74ଟି ଗ୍ରାମର 24ହଜାର 681ଜଣ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । 1732.72 ଫସଲ ଜମି ନଷ୍ଟ ହୋଇଛି । କେବଳ କାଚର ଜିଲ୍ଲାରେ 21 ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି ।

ଶନିବାର ସୁରକ୍ଷାକର୍ମୀ, ପାରା-ମିଲିଟାରୀ ଫୋର୍ସ, ଅଗ୍ନିଶମ ଦ୍ବାରା ବନ୍ୟା ପ୍ରଭାବିତ ଅଞ୍ଚଳରୁ 2,150 ଲୋକଙ୍କୁ ଉଦ୍ଧାର କରିଛନ୍ତି । ନାଗାଓଁ, ଲକ୍ଷ୍ମୀପୁର, ହୋଜାଇରେ ଅନେକ ରାସ୍ତା, ବ୍ରିଜ୍ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Flood situation in Assam. 3 people died due to landslide today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X