ବୈଷ୍ଣୋଦେବୀ ରାସ୍ତାରେ ଭୂ ସ୍ଖଳନ, ୨ ମୃତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ୍ ନିକଟରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଜଣ ଆହତ ହୋଇଛନ୍ତି । ତୀର୍ଥ ଯାତ୍ରୀ ମୃତାହତ ହେବା ନେଇ ରିୟାସୀ ଜିଲ୍ଲା କମିଶନର ପୁଷ୍ଟି କରିଛନ୍ତି। ଏହି ଘଟଣାରେ ପାଦଚଲା ମାର୍ଗରେ ଲାଗିଥିବା ଟିଣ ସେଡ୍ ମଧ୍ୟ ଭୂଷୁଡି ପଡିଛି।

Landslide hits Vaishno Devi

ପାଦଚଲା ମାର୍ଗର ହିମକୋଟି ନିକଟରେ ଏହି ଭୂସ୍ଖଳନ ହୋଇଛି। ସୂଚନା ମିଳିବା ପରେ ସ୍ଥାନୀୟ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+