ଜମ୍ମୁ କାଶ୍ମୀରରେ ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ, ୩୧ ଜଣଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଯାଇଥାନ୍ତି । ଗତକାଲି ହଠାତ ଭୂସ୍ଖଳନ ହୋଇ ପାହାଡ଼ରୁ ମାଟି ଓ ବିଶାଳ ପଥର ତଳକୁ ଧସିଥିଲା । ଏହା ଫଳରେ ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।

Jammu and Kashmir

ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଗୁରୁତରମାନଙ୍କୁ କଟରାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ପରେ ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଦୁଇ ଦିନ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଫଳରେ ବିଭିନ୍ନ ନଦୀ ଜଳସ୍ତର ମଧ୍ୟ ବଢିବାରେ ଲାଗିଛି ।

ଅନ୍ୟପକ୍ଷରେ, ଉତ୍ତର ରେଳବାଇ ଜାମ୍ମୁ ଅଭିମୁଖେ ଯାଉଥିବା ୨୨ଟି ଟ୍ରେନକୁ ବାତିଲ କରିଥିବାବେଳେ ୨୭ଟି ଟ୍ରେନକୁ ବନ୍ଦ କରିଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+