ଛତିଶଗଡ଼ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ;ଜଣେ ଯବାନ ସହିଦ, ୩ ଜଣ ଗୁରୁତର
ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହ ୩ ଜଣ ଯବାନ ଆହତ ହୋଇଛନ୍ତି । କମ୍ବିଂ ବେଳେ ନ୍ୟାସନାଲ ପାର୍କ ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ । ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ସେମାନେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।













Click it and Unblock the Notifications