ଛତିଶଗଡ଼ ସୁକୁମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଯବାନ ଗୁରୁତର
ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଡିଆର୍ଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଖଞ୍ଜି ଥିଲେ। ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲେ। ଯେଉଁଥିରେ ଜଣେ ଡିଆର୍ଜି ଯବାନ ଗୁରୁତର ହୋଇଥିଲେ। ଯେଉଁଥିରେ ଜଣେ ଡିଆର୍ଜି ଯବାନ ଗୁରୁତର ହୋଇଥିଲେ । ଏହାପରେ ଗୁରୁତର ଯବାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ହୋଇଥିବା ଯବାନ ହେଉଛନ୍ତି ସୁକୁମା ଜିଲ୍ଲା ପୋଲିସର ପଡିଆମ ବିନୋଦ ।












Click it and Unblock the Notifications