ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲା: ଲାଲୁ ଏବଂ ପତ୍ନୀଙ୍କୁ ମିଳିଲା ଜାମିନ
ମି ବଦଳରେ ଚାକିରୀ ଦୁର୍ନୀତି ମାମଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ତାଙ୍କ ଝିଅ ଏବଂ ଆରଜେଡି ସାଂସଦ ମିସା ଭାରତୀଙ୍କୁ ଜାମିନ ମିଳିଛି ।

ନୂଆଦିଲ୍ଲୀ: ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ତାଙ୍କ ଝିଅ ଏବଂ ଆରଜେଡି ସାଂସଦ ମିସା ଭାରତୀଙ୍କୁ ଜାମିନ ମିଳିଛି । ରାଉସ୍ ଆଭେନ୍ୟୁ କୋର୍ଟ ଲାଲୁ ଯାଦବ, ମିସା ଭାରତୀ ଏବଂ ରାବ୍ରି ଦେବୀଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ରେ ହେବ ।
ରେଳ ଚାକିରୀ ବଦଳରେ ଜମି, ମାମଲାରେ ତିନିଜଣ ଅଭିଯୁକ୍ତ ମଙ୍ଗଳବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ସିବିଆଇ ଚାର୍ଜସିଟ୍ ଦାଖଲ କରିବା ପରେ ଆଜି ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ପରେ ଲାଲୁ ଯାଦବ, ମିସା ଭାରତୀ ଏବଂ ରାବ୍ରି ଦେବୀ କୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ତିନିଜଣଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୫୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲାଲୁ ଯାଦବଙ୍କ ବିରୋଧରେ ଏକ ଅଭିଯୋଗ ରହିଛି ଯେ, ସେ ରେଳମନ୍ତ୍ରୀ ଥିବା ସମୟରେ ଚାକିରୀ ଦେବା ବଦଳରେ ଲୋକଙ୍କଠାରୁ ଜମି ନେଇଥିଲେ। ଗତ ବର୍ଷ ମେ ୧୮ରେ ସିବିଆଇ ଲାଲୁ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ପୂର୍ବରୁ ଏହି ମାମଲାରେ ମାର୍ଚ୍ଚ ୬ ତାରିଖରେ ସିବିଆଇ ପାଟନାରେ ଥିବା ରାବ୍ରି ଦେବୀଙ୍କ ଘରେ ପହଞ୍ଚି ସେଠାରେ ପୂର୍ବତନ ସିଏମଙ୍କୁ ପଚରାଉଚରା କରିଥିଲା । ପରଦିନ ମାର୍ଚ୍ଚ ୭ରେ ସିବିଆଇ ଟିମ୍ ଦିଲ୍ଲୀର ସିମା ଭାରତୀଙ୍କ ବାସଭବନରେ ପହଞ୍ଚି ସିବିଆଇ ସ୍କାମ ମାମଲାରେ ଲାଲୁ ଯାଦବଙ୍କୁ ପଚରାଉଚରା କରିଥିଲା ।
ପଚରାଉଚୁରାର ତିନି ଦିନ ପରେ ଇଡି ଟିମ୍ ଲାଲୁ ଯାଦବ, ତେଜସ୍ୱୀ ଯାଦବ ଏବଂ ସେମାନଙ୍କ ପରିବାର ଅନ୍ୟ ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କୁ ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ଯାଇ ଜେରା କରିଥିଲା । ଯାହା ପରେ ଇଡି ଦାବି କରିଛି ଯେ, ଯାଞ୍ଚ ବେଳେ ୬୦୦ କୋଟି ଅର୍ଥନ ହେରଫେର ବିଷୟରେ ସୂଚନା ରହିଛି । ଇଡି ସୂଚନା ଅନୁସାରେ, ୧ କୋଟି ନଗଦ, ୧୯୦୦ ଡଲାର, ୫୪୦ ଗ୍ରାମ ସୁନା ଏବଂ ୧.୫ କିଲୋଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରାଯାଇଛି ।
ଅନ୍ୟପକ୍ଷରେ, ଏହି ମାମଲାରେ ତେଜସ୍ୱୀ ଯାଦବଙ୍କୁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ଆଜି ହାଜର ହୋଇନାହାଁନ୍ତି । ସେପଟେ ବିଜେପି ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲାରେ ତେଜସ୍ୱୀ ଯାଦବଙ୍କର ଇସ୍ତଫା ଦାବି କରିଛି । ସେହିପରି ସିବିଆଇ, ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ ବନ୍ଦ କରିବା ପାଇଁ ବିବାହ ବିଧାନସଭାରେ ଏକ ବିଲ୍ ଆଣିବା ପାଇଁ ଆରଜେଡି ଦାବି କରିଥିଲା । ବିଜେପିକୁ ଟାର୍ଗେଟ୍ କରି ତେଜସ୍ୱୀ ଯାଦବ କହିଛନ୍ତି ଏହା ପ୍ରତିଶୋଧର ରାଜନୀତି ।












Click it and Unblock the Notifications