ଦେଶରେ ଟମାଟୋ ଫ୍ଲୁ ଭୟ, ଓଡିଶାରେ ବି ସଂକ୍ରମିତ ଚିହ୍ନଟ
ଦେଶରେ କୋଭିଡ-19 ମହାମାରୀର ଭୟ କମି ନଥିବା ବେଳେ ଟମାଟୋ ଫ୍ଲୁ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ପିଲାମାନଙ୍କ ଠାରେ ଟମାଟୋ ଫ୍ଲୁ ବ୍ୟାପି ସାରିଥିବା ନେଇ ଲାନ୍ସେଟ ପତ୍ରିକା ରିପୋର୍ଟ କରିଛି।
ନୂଆଦିଲ୍ଲୀ: ଦେଶରେ କୋଭିଡ-19 ମହାମାରୀର ଭୟ କମି ନଥିବା ବେଳେ ଟମାଟୋ ଫ୍ଲୁ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ପିଲାମାନଙ୍କ ଠାରେ ଟମାଟୋ ଫ୍ଲୁ ବ୍ୟାପି ସାରିଥିବା ନେଇ ଲାନ୍ସେଟ ପତ୍ରିକା ରିପୋର୍ଟ କରିଛି। ଦେଶରେ ବ୍ୟାପିଥିବା ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡିଶା ମଧ୍ୟ ରହିଛି । ଓଡିଶାର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ ଲକ୍ଷଣ ଦେଖାଯାଉଛି ।

ଟମାଟୋ ଫ୍ଲୁ ପ୍ରଥମେ କେରଳର କୋଲାମ ଜିଲ୍ଲାରେ ଚଳିତ ମାସ ମଇରେ ଚିହ୍ନଟ ହୋଇଥିଲା । ଏହି ରୋଗରେ 5 ବର୍ଷରୁ କମ୍ 82ରୁ ଅଧିକ ଶିଶୁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ଡାକ୍ତରଖାନା ଦ୍ବାରା ରିପୋର୍ଟ ଦର୍ଶାଇଥିଲା । ଏଥିସହ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଲାଣି । ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଆଞ୍ଚଲ, ଆର୍ଯ୍ୟଙ୍କାଭୁ ଆଦି। କେବଳ କେରଳ ନୁହେଁ ତାମିଲନାଡୁ ଏବଂ ଓଡିଶାରେ ମଧ୍ୟ ଟମାଟୋ ଫ୍ଲୁ ବ୍ୟାପି ସାରିଥିବା ରିପୋର୍ଟ ହୋଇଛି । ଏହି ବିରଳ ଭାଇରାଲ୍ ସଂକ୍ରମଣ ଏକ ଏଣ୍ଡେମିକ୍ ଅବସ୍ଥାରେ ଅଛି ଏବଂ ଜୀବନ ପ୍ରତି ଏତେଟା ବିପଦ ନାହିଁ, ତଥାପି କୋଭିଡ-19 ମହାମାରୀର ଭୟାନକତାକୁ ଦୃଷ୍ଟିରେ ରଖି ଟମାଟୋ ଫ୍ଲୁ ରୋକିବା ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ଲାନସେଟ୍ ରିପୋର୍ଟରେ ଦର୍ଶାଇଛି ।
ଲକ୍ଷଣ
ସାଧାରଣତଃ 5 ବର୍ଷର ପିଲାମାନଙ୍କୁ ଏହି ରୋଗ ହୋଇଥାଏ । ଏହାର ସାଧାରଣ ଲକ୍ଷଣ ହେଉଛି ଜ୍ୱର, ଶରୀରରେ ଦାଗ, ବାନ୍ତି, ଝାଡା ଓ ପ୍ରବଳ ଗଣ୍ଠି ଯନ୍ତ୍ରଣା । ଘନିଷ୍ଠ ସଂପର୍କରେ ଆସିବା ପରେ ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ ।












Click it and Unblock the Notifications