Get Updates
Get notified of breaking news, exclusive insights, and must-see stories!

ବିହାର ନିର୍ବାଚନ ଭଙ୍ଗିଦେଲା ଲାଲୁଙ୍କ ବଡ ପରିବାର, ଘର ଛାଡ଼ିଲେ ୩ ଝିଅ

ବିହାର ନର୍ବାଚନ ଖରାପ ରେଜଲ୍ଟ ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଭାଙ୍ଗିବାରେ ଲାଗିଛି। ଝିଅ ରୋହିଣୀ ଦଳ ଛାଡ଼ିବା ସହ ପରିବାର ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିବା ପରେ ଯାଦବ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଛି। ରୋହିଣୀ ସମ୍ପର୍କ ଛିନ୍ନ କରିବାର ଗୋଟିଏ ଦିନ ପରେ ରବିବାର ଲାଲୁଙ୍କର ଅନ୍ୟ ୩ ଝିଅ ପାଟନା ସ୍ଥିତ ପାରିବାରିକ ଘର ଛାଡ଼ି ଦେଇଛନ୍ତି। ଲାଲୁଙ୍କ ୩ ଝିଅ ରାଜଲକ୍ଷ୍ମୀ, ରାଗିଣୀ ଓ ଚନ୍ଦା ସେମାନଙ୍କ ପିଲା ଛୁଆ ଧରି ପରିବାରର ପାଟନା ସ୍ଥିତ ଘରୁ ବାହାରି ଦିଲ୍ଲୀ ଚାଲିଯାଇଛନ୍ତି। ଏଥିରେ ଯାଦବଙ୍କ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଥିବା ସଂକେତ ମିଳିଛି।

Lalu

ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆରଜେଡିର ମହାଗଠନବନ୍ଧନକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଆରଜେଡି ଗତ ୨୦୨୦ ନିର୍ବାଚନର ପାଇଥିବା ୭୫ ଆସନରୁ ୨୦୨୫ରେ ଏହା ମାତ୍ର ୨୫କୁ ଖସି ଆସିଥିଲା। ଅର୍ଥାତ୍ ୫୦ଟି ଆସନ ହରାଇଥିଲା ଲାଲୁଙ୍କ ଦଳ। ଦିନେ ବିହାରରେ ଏକଛତ୍ରବାଦୀ ଭାବେ ପ୍ରଭାବ ବିସ୍ତାର କରୁଥିବା ଆରଜେଡି ୨୦୨୫ ନିର୍ବାଚନରେ ଅମାନତ ହରାଇଛି। ତେଣୁ ଏହାକୁ ନେଇ ଦଳ ଭିତରେ ହଲଚଲ ଜାରି ରହିଥିବା ବେଳେ ଯାଦବ ପରିବାର ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି।

ପରିବାର ସହିତ ପ୍ରଥମେ ସମ୍ପର୍କ ଛିନ୍ନ କରିଥିବା ରୋହିଣୀ ସାଂଘାତିକ ଅଭିଯୋଗ କରିଛନ୍ତି। ଭାବପ୍ରବଣ ହୋଇ ରୋହିଣୀ ଲେଖିଥିବା ପୋଷ୍ଟର ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଘୃଣ୍ୟ ଦୁର୍ବ୍ୟବହାର କରାଯାଇଥିଲା ଏବଂ ତେଜସ୍ୱୀ ଯାଦବଙ୍କ ଦୁଇଜଣ ନିକଟତମ ସହଯୋଗୀ, ଆରଜେଡିର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଏବଂ ଦୀର୍ଘକାଳୀନ ସହଯୋଗୀ ରମୀଜଙ୍କ ମଧ୍ୟରେ ହୋଇଥିବା ବିବାଦ ସମୟରେ କେହି ଜଣେ ତାଙ୍କୁ ଚପଲରେ ମାରିବାକୁ ଚେଷ୍ଟା କରିଥିଲେ। ଏବଂ ବାପା ଲାଲୁଙ୍କୁ ଦେଇଥିବା କିଡନୀ ବଦଳରେ ସେ କୋଟି କୋଟି ଟଙ୍କା ନେଇଛନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଲାଗିଛି। ଯାହାକୁ ଘୋର ଅପମାନ ବୋଲି ରୋହିଣୀ କହିଛନ୍ତି। ତେବେ ସଞ୍ଜୟ ଓ ରମୀଜ କହିବାରୁ ସେ ଦଳ ଛାଡୁଛନ୍ତି ଓ ପରିବାର ସହ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ରୋହିଣୀ ଏକ୍ସରେ ପୋଷ୍ଟ କରିଥିଲେ।

ଏହି ଘଟଣା ପରେ ସୋମବାର ଭୋରରୁ ରାଜଲକ୍ଷ୍ମୀ, ରାଗିଣୀ ଏବଂ ଚନ୍ଦା ଲାଲୁ ଏବଂ ରାବଡୀ ଦେବୀଙ୍କ ଘର ୧୦ ସର୍କୁଲାର ରୋଡରୁ ଚୁପଚାପ୍ ବାହାରି ଚାଲି ଯାଇଛନ୍ତି। ଗତ ଦୁଇ ଦିନ ହେଲା ଦେଖା ଦେଇଥିବା ପାରିବାରିକ ଅଶନ୍ତୋଷରୁ ସେ ବିରକ୍ତି ହୋଇ ଘର ଛାଡ଼ିଥିବା ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ତେବେ ସମସ୍ତଙ୍କ ନଜର ତେଜସ୍ୱୀ ଯାଦବଙ୍କ ଉପରେ ରହିଛି।

ସେପଟେ ଭଉଣୀମାନଙ୍କର ଏପରି ଘରୁ ପଳାୟନ ପରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମୋ ଉପରେ ଯେତେ ଆଟାକ ହେଲା ଚଳିବ ହେଲେ ଭଉଣୀମାନଙ୍କ ଉପରେ ଏଭଳି ଆକ୍ରମଣ ସହି ହେଉ ନାହିଁ। ସେ ଚେତାବନୀ ଦେଇ କହିଛନ୍ତି ଯେ ଅନ୍ୟାୟର ପରିଣାମ କଠୋର ହେବ। ବାପା ମୋତେ ଖାଲି ଗୋଟିଏ ଅନୁମତି ଦେଲେ ଆମ ପରିବାରରେ ଥିବା ଏହି ଜୟଚନ୍ଦମାନଙ୍କର ଅବସ୍ଥା ବିହାର ଲୋକ ଖରାପ କରିଦେବେ ବୋଲି ତେଜପ୍ରତାପ କହିଛନ୍ତି। ସେ ଆହୁରି କହିଛନ୍ତି ଯେ କିଛି ଲୋକ ତେଜସ୍ୱୀଙ୍କ ବିଚାରକୁ ଭ୍ରମିତ କରୁଛନ୍ତି। ବର୍ତ୍ତମାନ ଲଢ଼େଇ ଝିଅ ଏବଂ ବିହାର ଆତ୍ମସ୍ୱାଭିମାନର।

ବଡ଼ ପୁଅ ତେଜପ୍ରତାପକୁ ବିଦା କରିଥିଲେ ଲାଲୁ

ଚଳିତ ବର୍ଷ ଆରମ୍ଭରେ ଲାଲୁ ପ୍ରସାଦ ଯାଦବ ବିଶୃଙ୍ଖଳିତ ଆଚରଣ ଯୋଗୁ ବଡ଼ ପୁଅକୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରିବା ସହିତ ପରିବାରରୁ ବହିଷ୍କାର କରିଦେଇଥିଲେ ବୋଲି ଘୋଷଣା କରିଥିଲେ। ତେଜପ୍ରତାପ ଜଣଙ୍କ ସହିତ ଦୀର୍ଘଦିନ ହେଲା ସମ୍ପର୍କରେ ରହିଛନ୍ତି। ଏବଂ ତାଙ୍କୁ ବିବାହ କରିବେ ବୋଲି ଫେସ୍ବୁକରେ ପୋଷ୍ଟ କରିବା ପରେ ଏବାକୁ ନେଇ ଯାଦବ ପରିବାର ସଂସ୍କାର ଉପରେ ପ୍ରଶ୍ନ ଉଠିଥିଲା। ଯେଉଁଥିପାଇଁ ଲାଲୁ ଯାଦବ ବଡ଼ ପୁଅକୁ ଏଭଳି ଦଣ୍ଡ ଦେଇଥିଲେ। ଏହାପରେ ତେଜପ୍ରତାପ ଘରୁ ବାହାରିଯିବା ସହିତ ଜନଶକ୍ତି ଜନତା ଦଳ ନାମକ ନିଜର ଏକ ଦଳ ଗଠନ କରି ୨୦୨୫ ବିଧାନସଭା ଆସନ ମହୁଆ ଆସନରୁ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଲାଲୁ ଯାଦବଙ୍କ ପାରିବାରିକ ପୃଷ୍ଠ ଭୂମି

ଲାଲୁ ପ୍ରସାଦ ଯାଦବ ଏବଂ ରାବଡ଼ୀ ଦେବୀଙ୍କର ୭ ଝିଅ ଏବଂ ଦୁଇଟି ପୁଅ ଅଛନ୍ତି। ତାଙ୍କ ପରିବାର ବିହାରର ସବୁଠାରୁ ବଡ଼ ରାଜନୈତିକ ପରିବାର ବୋଲି କୁହାଯାଏ। ବୟସ କ୍ରମରେ ସବୁଠାରୁ ବଡ଼ ହେଉଛନ୍ତି ବଡ଼ ଝିଅ ମୀସା ଭାରତୀ, ତାଙ୍କ ପରେ ରୋହିଣୀ ଆଚାର୍ଯ୍ୟ, ଚନ୍ଦା ସିଂହ, ରାଗିଣୀ ଯାଦବ, ହେମା ଯାଦବ ଏବଂ ଅନୁଷ୍କା ରାଓ (ଧନ୍ନୁ)। ସେମାନଙ୍କର ପୁଅମାନେ ହେଉଛନ୍ତି ତେଜ ପ୍ରତାପ ଯାଦବ ଏବଂ ତେଜସ୍ୱୀ ଯାଦବ, ଉଭୟ ବିହାର ରାଜନୀତିରେ ସକ୍ରିୟ। ଯେତେବେଳେ ସେମାନଙ୍କ ସାନ ଝିଅ ରାଜଲକ୍ଷ୍ମୀ ସିଂହ ଯାଦବ ପରିବାରକୁ ଏକାଠି ରଖିବାର ବଡ଼ ଭୂମିକା ନିର୍ବାହ କରନ୍ତି।

ପ୍ରତ୍ୟେକ ଝିଅ ରାଜନୀତି ବ୍ୟତୀତ ଅନ୍ୟାନ୍ୟ ଦିଗରେ ପ୍ରଭାବଶାଳୀ ଥିବା ପରିବାରରେ ବିବାହ କରିଛନ୍ତି। ରୋହିଣୀଙ୍କ ସମରେଶ ସିଂହଙ୍କୁ ବିବାହ କରିଛନ୍ତି। ଯିଏକି ଜଣ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ସେ ସିଙ୍ଗାପୁରରେ ରହିଛନ୍ତି। ଚନ୍ଦାଙ୍କ ସ୍ୱାମୀ ବିକ୍ରମ ସିଂହ, ଯିଏକି ଇଣ୍ଡିଆନ୍ ଏୟାରଲାଇନ୍ସର ଜଣେ ପାଇଲଟ୍। ରାଗିଣୀଙ୍କ ବିବାହ ସମାଜବାଦୀ ପାର୍ଟି ନେତା ରାହୁଲ ଯାଦବଙ୍କ ସହ ହୋଇଛି। ହେମାଙ୍କ ବିନୀତ ଯାଦବଙ୍କୁ ବିବାହ କରିଛନ୍ତି। ଏବଂ ଅନୁଷ୍କାଙ୍କ ବିବାହ ହରିୟାଣା ନେତା ଅଜୟ ସିଂହ ଯାଦବଙ୍କ ପୁଅ ଚିରଞ୍ଜୀବ ରାଓଙ୍କ ସହ ହୋଇଛି। ରାଜଲକ୍ଷ୍ମୀ ତେଜ ପ୍ରତାପ ସିଂହ ଯାଦବଙ୍କ ସହ ବିବାହ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+