ବିହାରର ସରନ ଆସନରୁ ନିର୍ବାଚନ ଲଢ଼ିବେ ଲାଲୁଙ୍କ ଝିଅ ରୋହିଣୀ !
ପାଟନା: ବିହାର ରାଜନୀତିରୁ ବଡ ଖବର ଆସିଛି । ଲାଲୁ ଯାଦବଙ୍କ ଝିଅ ରୋହିନୀ ଆଚାର୍ଯ୍ୟ ଆରଜେଡି ଟିକେଟରେ ନିର୍ବାଚନ ଲଢିବେ। ରୋହିନୀ ସରନ ଆସନରୁ ନିର୍ବାଚନ ଲଢିବେ ବୋଲି ସୂତ୍ରରୁ ପ୍ରକାଶ। ଦଳର ନେତାମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହା ସୂଚିତ କରିଛନ୍ତି। ଲାଲୁଙ୍କ ପରିବାର ସଦସ୍ୟ ଦୀର୍ଘ ଦିନ ଧରି ସରନ ଆସନରୁ ନିର୍ବାଚନ ଲଢୁଥିଲେ।

ସୂଚନାନୁସାରେ, ଗତକାଲି ଏକ ଆରଜେଡି ବୈଠକରେ ଆରଜେଡି ନେତା ସୁନୀଲ ସିଂ ସରନ ଆସନରୁ ରୋହିଣୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ରୋହିଣୀଙ୍କ ନାମରେ ସମସ୍ତେ ସହମତ ଅଟନ୍ତି । ଏହି ସଭାରେ ସୁନୀଲ ସିଂ କହିଛନ୍ତି ଯେ ସରନ ସିଟ୍ ଏବଂ ଲାଲୁ ପରିବାରକୁ ନେଇ ଲୋକଙ୍କ ମନରେ ଏକ ଭାବପ୍ରବଣତା ରହିଛି। ଏଭଳି ପରିସ୍ଥିତିରେ ଅନ୍ୟକୌଣସି ପ୍ରାର୍ଥୀଙ୍କ ନାମକୁ ବିଚାର କରାଯାଇପାରିବ ନାହିଁ ।
ଏହା ବ୍ୟତୀତ ସୁନୀଲ ସିଂ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ କୌଣସି ସ୍ଥାନୀୟ ପ୍ରାର୍ଥୀ (ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ରାୟ) ଙ୍କ ନାମରେ ସରନରେ ଅନ୍ୟ ସ୍ଥାନୀୟ ଆରଜେଡି ନେତାଙ୍କ ସମର୍ଥନ ମିଳିବ ନାହିଁ। ତେଣୁ ରୋହିଣୀ ହେଉଛି ସର୍ବୋତ୍ତମ ବିକଳ୍ପ ।












Click it and Unblock the Notifications