ବିଗୁଡ଼ୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଆସିପାରନ୍ତି ଦିଲ୍ଲୀ
ବିହାରର ରାଜନୈତିକ କରିଡରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଜଣାପଡିଛି । ରକ୍ତରେ ଶର୍କରା ବୃଦ୍ଧି ପାଇବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା କୁହାଯାଉଛି । ପାଟନାର ଡାକ୍ତରମାନେ ତାଙ୍କୁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଛନ୍ତି । କୁହାଯାଉଛି ଯେ ଲାଲୁ ପ୍ରସାଦ ଯାଦବ ଯେକୌଣସି ସମୟରେ ଦିଲ୍ଲୀ ଯାଇପାରନ୍ତି ।
ରକ୍ତରେ ଶର୍କରା ବୃଦ୍ଧି ଯୋଗୁଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚିନ୍ତିତ ରହିଥିବା ଜଣାପଡିଛି । ଏହି କାରଣରୁ ସେ ଗତ ଦୁଇ ଦିନ ଧରି ଅସୁସ୍ଥ ଅଛନ୍ତି । ଆଜି (ବୁଧବାର) ସକାଳ ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଛି । ଏପରି ପରିସ୍ଥିତିରେ ଲାଲୁ ଯାଦବଙ୍କୁ ରାବ୍ରିଙ୍କ ବାସଭବନରେ ହିଁ ଚିକିତ୍ସା କରାଯାଉଛି ।

ତେବେ ଲାଲୁଙ୍କ ଅବସ୍ଥା ଏବେ ଯେପରି ଅଛି ଏୟାର ଆମ୍ବୁଲାନ୍ସ ଛଡ଼ା ଅନ୍ୟ କୌଣସି ଯାନରେ ତାଙ୍କୁ ଦିଲ୍ଲୀ ନେବା ବିପଦପୂର୍ଣ୍ଣ ରହିଛି। ତେଣୁ ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନେବା ପାଇଁ ବ୍ୟବସ୍ଥା କରାଯାଉଛି।
ଗତ ବର୍ଷ ସେପ୍ଟେମ୍ବର ମାସରେ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇରେ ଏଞ୍ଜିଓପ୍ଲାଷ୍ଟି ହୋଇଥିବା ବେଳେ ୨୦୨୨ ମସିହାରେ ସିଙ୍ଗାପୁରରେ ତାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିଥିଲେ । କେବଳ ଏତିକି ନୁହେଁ ୨୦୧୪ ମସିହାରେ ଲାଲୁଙ୍କ ଓପନ୍ ହାର୍ଟ ସର୍ଜରୀ ହୋଇଥିଲା ।












Click it and Unblock the Notifications