ଲାଲୁଙ୍କୁ ଇଡିର ଜେରା ଶେଷ, ୯ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା ପଚରା ଉଚରା
ପାଟନା: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଇଡିର ଜେରା ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡ଼ି) ତାଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି । ପଚରାଉଚରା ବେଳେ ଆରଜେଡି ଏମ୍ପି ତଥା ତାଙ୍କ ଝିଅ ମାସି ଭାରତୀଙ୍କ ସମେତ ବହୁ ନେତା ଓ କର୍ମୀ ସେଠାରେ ଉପସ୍ଥିତ ଥିଲେ । ଜମି ବଦଳରେ ଚାକିରି ଦେବା ମାମଲାରେ ଏହି ଯାଞ୍ଚ କରାଯାଇଛି ।
ସୂଚନାଯୋଗ୍ୟ, ସୋମବାର ଲାଲୁ ଯାଦବ ପାଟନାରେ ଇଡି ସମ୍ମୁଖରେ ହାଜର ହୋଇଥିଲେ । ଅନ୍ୟପଟେ ମଙ୍ଗଳବାର ଅର୍ଥାତ୍ ଜାନୁଆରୀ ୩୦ରେ ଇଡି ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ଡାକିଛି । ସୋମବାର ସକାଳେ ତାଙ୍କ ଝିଅ ମିସା ଭାରତୀ ମଧ୍ୟ ଆରଜେଡି ମୁଖ୍ୟଙ୍କ ସହ ଉପସ୍ଥିତ ଥିଲେ ଏବଂ ସେ ସକାଳ ୧୧.୦୫ ରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଲାଲୁ ଯାଦବଙ୍କୁ ଇଡି କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ମିସା ଭାରତୀ କହିଛନ୍ତି ଯେ ଯେତେବେଳେ କୌଣସି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଆମ ପରିବାରର କୌଣସି ସଦସ୍ୟଙ୍କୁ ପଚରାଉଚରା ପାଇଁ ଡାକନ୍ତି, ଆମେ ସେଠାକୁ ଯାଇ ସେମାନଙ୍କ ସହ ସହଯୋଗ କରିଥାଉ ଏବଂ ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଉ ।
ସୂଚନା ଅନୁଯାୟୀ, ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରିବା ପାଇଁ ଦିଲ୍ଲୀରୁ ଇଡି ଅଧିକାରୀଙ୍କ ଏକ ଟିମ୍ ରବିବାର ପାଟନାରେ ପହଞ୍ଚିଥିଲେ । ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜାନୁଆରୀ ୧୯ରେ ଲାଲୁ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ପୁଣି ଥରେ ସମନ ଜାରି କରିଥିଲା । ପାଟନାରେ ଆରଜେଡି ମୁଖ୍ୟଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବାସଭବନରେ ଇଡି ଏହି ସମନ ପ୍ରଦାନ କରିଥିଲା ।












Click it and Unblock the Notifications