ସୁଧୁରୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା, ଟ୍ବିଟ କଲେ ପୁଅ ତେଜସ୍ବୀ
ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଜବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଏନେଇ ତେଜସ୍ବୀ ଯାଦବ ଟ୍ବିଟ କରି ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଜବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଏନେଇ ତେଜସ୍ବୀ ଯାଦବ ଟ୍ବିଟ କରି ସୂଚନା ଦେଇଛନ୍ତି । ଲାଲୁ ଶିଢ଼ିରୁ ପଡ଼ିଯିବାରୁ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏୟାର ଆମ୍ବୁଲାନ୍ସ ଯୋଗେ ପାଟନାରୁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଅଣାଯାଇଥିଲା ।

ତେଜସ୍ବୀ ଯାଦବ ଟ୍ବିଟରେ କହିଛନ୍ତି,"ମୋ ପିତା ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟବସ୍ଥାରେ ଅନେକ ସୁଧାର ଆସିଛି । ବର୍ତ୍ତମାନ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । କୌଣସି ବିଭ୍ରାନ୍ତକର ଖବର ଶୁଣି ଚିନ୍ତିତ ନହେବାକୁ ସମସ୍ତ ଶୁଭ ଚିନ୍ତକ, ସମର୍ଥକ ଓ ଦେଶବାସୀଙ୍କୁ ଅନୁରୋଧ କରୁଛି " ବୋଲି ତେଜସ୍ବୀ କହିଛନ୍ତି ।
ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଟ୍ବିଟ କରିଛନ୍ତି ରାଜ୍ୟସଭା ସାଂସଦ ତଥା ଆରଜେଡି ନେତା ମିସା ଭାରତୀ । ସେ ଟ୍ୱିଟ୍ କରି କହିଛନ୍ତି, "ଏମ୍ସ ରେ ଲାଲୁ ଚିକିତ୍ସିତ ଅଛନ୍ତି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଏବେ ସେ ବେଡରେ ଉଠି ବସିବା ପାଇଁ ସକ୍ଷମ ହେଲେଣି। ଏତିକି ପ୍ରାର୍ଥନା ଯେ, ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।












Click it and Unblock the Notifications