Get Updates
Get notified of breaking news, exclusive insights, and must-see stories!

ନୀତୀଶଙ୍କୁ ଫୋନ୍ କଲେ ଲାଲୁ, ଦିନେ ଦୁଇ ଦିନରେ ହେବ ଚୂଡାନ୍ତ ନିଷ୍ପତ୍ତି

Bihar Politics: ବିହାରରେ ରାଜନୈତିକ ସଙ୍କଟ ମଧ୍ୟରେ ମହା ଗଠବନ୍ଧନରେ ସାମିଲ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସିଏମ ନୀତୀଶ କୁମାରଙ୍କ ସହ ଫୋନରେ କଥା ହୋଇଛନ୍ତି । ସୂଚନାନୁସାରେ, ସିଏମ୍ ନୀତୀଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ଅର୍ଥାତ୍ ଦିନେ କିମ୍ବା ଦୁଇ ଦିନ ପରେ ହିଁ ଜଣା ପଡିବ ଯେ ବିହାରର ବର୍ତ୍ତମାନର ସରକାର ଅକ୍ଷୁର୍ଣ୍ଣ ରହିବ ନା ଜେଡିୟୁ ଏନଡିଏକୁ ଫେରିବ । ଏହି ସମୟରେ ନିତୀଶଙ୍କ ସହ ଆଲୋଚନା କରିବାକୁ ଲାଲୁ ଯାଦବ ତାଙ୍କ ଦଳର ନେତା ଶିବାନନ୍ଦ ତିୱାରୀଙ୍କୁ ପଠାଇଛନ୍ତି ।

ନୀତିଶ ଲଲାନ ସିଂଙ୍କ ଠାରୁ ଦଳର କମାଣ୍ଡ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ନୀତୀଶ କୁମାର ଏନଡିଏରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି । ଯେତେବେଳେ କିଛି ସମୟ ପରେ ସେ ନିଜର ଟିମ୍ ବଦଳାଇଥିଲେ ସେତେବେଳେ ସେ ଲାଲନ ସିଂଙ୍କୁ କୌଣସି ପଦବୀ ଦେଇନଥିଲେ । ଯଦିଓ ଜେଡିୟୁ ନେତାମାନେ ଏନଡିଏରେ ଯୋଗଦେବା କଳ୍ପନାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ମଧ୍ୟ କର୍ପୁରୀ ଠାକୁରଙ୍କୁ ଭରତ ରତ୍ନ ଦେବାର ନିଷ୍ପତ୍ତି ନିଆଯିବା ମାତ୍ରେ ଏହି ଆଲୋଚନା ପୁଣି ଥରେ ବୃଦ୍ଧି ପାଇଛି ।

lalu & nitish

ଅନ୍ୟପକ୍ଷରେ, ନୀତୀଶ କୁମାରଙ୍କ ପରିବାରବାଦ ଉପରେ ବିବୃତ୍ତି ପରେ ଲାଲୁ ଯାଦବଙ୍କ ଝିଅ ରୋହିଣୀଙ୍କ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଆରଜେଡି ଏବଂ ଜେଡିୟୁ ମଧ୍ୟରେ ତିକ୍ତତାକୁ ବଢ଼ାଇ ଦେଇଛି । ରୋହିଣୀ ଏହି ପୋଷ୍ଟକୁ ଡିଲିଟ କରିଥିଲେ ମଧ୍ୟ ବିଜେପି ଏହି ପ୍ରସଙ୍ଗକୁ ଧରି ଆରଜେଡିକୁ ଟାର୍ଗେଟ କରୁଛି ।

ବିହାରରେ ଏଭଳି ରାଜନୈତିକ ଝଡ଼ ଏଭଳି ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ଲୋକସଭା ନିର୍ବାଚନ ମଧ୍ୟ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ । ଆପଣଙ୍କୁ କହିରଖୁଛୁ ଯେ ୨୦୧୯ ରେ ବିଜେପି ଏବଂ ଜେଡିୟୁ ମିଳିତ ଭାବେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ବିଶ୍ୱାସ କରାଯାଏ ଯେ ବିହାରରେ ସିଏମ୍ ପଦବୀ ବ୍ୟତୀତ ବିଜେପି ଏବଂ ଜେଡିୟୁ ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝମଣା ନେଇ ମଧ୍ୟ ଆଲୋଚନା ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+