ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆର୍ଜେଡି ସୁପ୍ରିମୋ
ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସୋମବାର ଦଳର ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଲଗାତାର ତ୍ରୟୋଦଶ ଥର ପାଇଁ ଦଳର ସଭାପତି ପଦରେ ରହିବା ପାଇଁ ଲାଲୁ ଏହି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୁଅ ଏବଂ ବରିଷ୍ଠ ନେତା ତେଜସ୍ବୀ ଯାଦବଙ୍କ ସହ ଲାଲୁ ଆଜି ପାଟନା ସ୍ଥିତ ପାର୍ଟି ଅଫିସ୍ରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଗଣମାଧ୍ୟମକୁ ତେଜସ୍ବୀ କହିଛନ୍ତି, ' ଗରିବମାନଙ୍କର ବନ୍ଧୁ ଲାଲୁଜୀ ଆଜି ଆର୍ଜେଡି ଜାତୀୟ ସଭାପତି ପଦ ପାଇଁ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳର ଜାତୀୟ ସଭାପତି ଭାବେ ୧୨ଥର ସେ କାର୍ଯ୍ୟକାଳ ଶେଷ କରି ସାରିଛନ୍ତି। ତାଙ୍କ ନେତୃତ୍ବରେ ଆମେ ନିକଟ ଭବିଷ୍ୟତରେ ସଫଳତା ହାସଲ କରିବୁ ବୋଲି ଲକ୍ଷ୍ୟ ରଖିଛୁ।












Click it and Unblock the Notifications