ବିସ୍ଫୋରକ ବୟାନ ଦେଲେ ଲଳିତ ମୋଦି ; କହିଲେ ମୁଁ ଦେଶ ଛାଡ଼ିଛି କିନ୍ତୁ ପଳାତକ ନୁହେଁ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଳିତ ମୋଦୀ ଭାରତ ଛାଡିବା ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ୨୦୧୦ରେ ସେ ଭାରତ ଛାଡିଥିଲେ, ଦେଶ ଛାଡିବା ପାଇଁ କୌଣସି ଆଇନଗତ ସମସ୍ୟା ନଥିଲା । ନିକଟରେ ଏକ ପଡକାଷ୍ଟରେ ଲଳିତ ମୋଦୀ ଦାବି କରିଛନ୍ତି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ସେ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ସେ ଚାହୁଁଥିଲେ ଯେ ମୁଁ ମ୍ୟାଚରେ ତାଙ୍କ ପାଇଁ କାମ କରେ। ମୁଁ ଆରମ୍ଭରୁ ଦୁର୍ନୀତି ବିରୋଧରେ ରହିଆସିଛି । ମୁଁ କ୍ରିକେଟ୍ ସଚ୍ଚୋଟତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କଲି, ଯେଉଁକାରଣରୁ ମୁଁ ଭୁଲ୍ କରିବାକୁ ମନା କରିଥିଲି ।

ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ଲଳିତଙ୍କୁ ଚେତାବନୀ ଦେଇଥିଲେ ଯେ ସେ ଦାଉଦର ହିଟ୍ ଲିଷ୍ଟରେ ଅଛନ୍ତି । ଆପଣଙ୍କ ଜୀବନ ବିପଦରେ ଅଛି, ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ନିରାପତ୍ତା ଗ୍ୟାରେଣ୍ଟି ଦେଇପାରିବୁ ନାହିଁ । ଏହାପରେ ତାଙ୍କୁ ମୁମ୍ବାଇର ଫୋର ସିଜନ ହୋଟେଲକୁ ନିଆଯାଇଥିଲା । ଆଉ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ମୋଦୀ। ସେ କହିଛନ୍ତି, ''ମୁଁ ଆସନ୍ତାକାଲି ସକାଳେ ମୋ ଦେଶକୁ ଫେରିପାରିବି, କିନ୍ତୁ ମୋର ସମସ୍ୟା ସେଠାକୁ ଯିବା କଥା ନୁହେଁ । ମୁଁ ଭାରତର ଆଇନଗତ ପଳାତକ ନୁହେଁ । ମୋ ବିରୋଧରେ କୌଣସି ଅଦାଲତରେ ମାମଲା ନାହିଁ। ଯଦି ଅଛି, ମୋତେ ଜଣାନ୍ତୁ।''
ଲଳିତ ମୋଦୀ ପୂର୍ବରୁ ମଧ୍ୟ ଡି କମ୍ପାନୀର ହିଟ୍ ଲିଷ୍ଟରେ ଥିବା ଜଣାପଡ଼ିଥିଲା। କିଛି ବର୍ଷ ତଳେ ଦାଉଦର ଘନିଷ୍ଠ ସହଯୋଗୀ ଛୋଟା ସକିଲଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଦାବି କରିଛନ୍ତି ଯେ ଦାଉଦଙ୍କ ନିର୍ଦ୍ଦେଶ ପରେ ତାଙ୍କ ଶାର୍ପସୁଟର ଟିମ୍ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଯାଇଥିଲେ। ସେଠାରେ ହୋଟେଲରେ ଲଳିତ ମୋଦୀ ରହୁଥିବା ନେଇ ସୂଚନା ମିଳିଥିଲା, କିନ୍ତୁ ସୁଟରମାନେ ମୋଦୀଙ୍କୁ ହୋଟେଲରେ ପାଇନଥିଲେ ।












Click it and Unblock the Notifications