Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ବିସ୍ଫୋରଣ, ୩ ଦିନ ବନ୍ଦ ଲାଲକିଲ୍ଲା

ଦିଲ୍ଲୀ ଲାଲ୍ଲକିଲ୍ଲାର ମେଟ୍ରୋ ରେଳ ଷ୍ଟେସନ୍ ନିକଟରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍ଦ କରିଦେଇଛି। ଏହା ସହ ନେତାଜୀ ସୁଭାଷ ମାର୍ଗକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀ ଟ୍ରାଫିକ୍ ପୋଲିସ ଆଜି ନେତାଜୀ ସୁଭାଷ ମାର୍ଗ ଏବଂ ସର୍ଭିସ୍ ରୋଡ୍‌ର ଉଭୟ ପାଶ୍ୱର୍କୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ୍ଦ କରିଦିଆଯାଇଛି। ଚଟ୍ଟା ରେଳ କଟ୍‌ରୁ ସୁଭାଷ ମାର୍ଗ କଟ୍ ପର୍ଯ୍ୟନ୍ତ କୌଣସି ଯାନବାହନକୁ ଅନୁମତି ଦିଆଯିବ ନାହିଁ। ଏହି କଟକଣାଗୁଡିକ ସକାଳ ୬ଟାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବଳବତ୍ତର ରହିବ। ଟ୍ରାଫିକ୍ ପୋଲିସ ଯାତ୍ରୀମାନଙ୍କୁ ଯାତାୟତରେ ବାଧା ସୃଷ୍ଟି ନହେବା ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

lalkila

ବିସ୍ଫୋରଣ ପରେ ତୁରନ୍ତ ଦିଲ୍ଲୀ ପୋଲିସ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ଆଇଜିଆଇ ବିମାନବନ୍ଦର, ଇଣ୍ଡିଆ ଗେଟ୍, ସଂସଦ ଭବନ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପ୍ରତ୍ୟେକ ଯାନବାହାନ ଯାଞ୍ଚ କରାଯାଉଛି ଏବଂ ପୋଲିସ ଲୋକଙ୍କୁ ଯେକୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛି। ଏହି ଘଟଣା ପରେ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ସୁରକ୍ଷା ଦୃଷ୍ଟିରୁ ଆଗାମୀ ତିନି ଦିନ ପାଇଁ ଲାଲକିଲ୍ଲାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+