କଂଗ୍ରେସ ଛାଡି ବିଜେପରେ ସମାଲି ହେଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର
ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ ବୁଧବାର (ଫେବୃଆରୀ ୧୪) କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ବିଭାକର ଆଜି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ଟୁଇଟ୍ ମାଧ୍ୟମରେ ସେ ଇସ୍ତଫା ଘୋଷଣା କରିଛନ୍ତି । ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଟ୍ୱିଟରେ ସେ କହିଛନ୍ତି ।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ବିଭାକର୍ ଶାସ୍ତ୍ରୀ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ଯୋଗଦେବା ଅବସରରେ ବିଭାକର ଶାସ୍ତ୍ରୀ କହିଛନ୍ତି - 'ମୁଁ ଅନୁଭବ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ' ଜୟ ଯବାନ, ଜୟ କିସାନ'ର ଦୃଷ୍ଟିକୁ ଆହୁରି ଦୃଢ଼ କରି ମୁଁ ଦେଶର ସେବା କରିପାରିବି ।

ସେ କହିଛନ୍ତି, "ମୋ ପାଇଁ ବିଜେପିର ଦ୍ୱାର ଖୋଲିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନାଡା ଜୀ, ଅମିତ ଶାହା ଜୀ, ସିଏମ ଯୋଗୀ ଆଦିତ୍ୟନାଥ ଜୀ ଏବଂ ବ୍ରଜେଶ ପଳଠକଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଅନୁଭବ କରୁଛି ଯେ ମୋର ଜେଜେବାପା ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କ ଦର୍ଶନ ଆଦର୍ଶକୁ ଆଗକୁ ବଢ଼ାଇବାକୁ ଏକ ସୁଯୋଗ ପାଇବ । ମୁଁ ଦଳର ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବି ... ଇଣ୍ଡିା ମିଳିତ ମଞ୍ଚର କୌଣସି ଆଦର୍ଶ ନାହିଁ, ବରଂ ଏହାର ଉଦ୍ଦେଶ୍ୟ ହେଉଛି ମୋଦୀ ଜୀଙ୍କୁ ହଟାଇବା ... ରାହୁଲ ଜୀ କହିବା ଉଚିତ ଯେ କଂଗ୍ରେସର ଆଦର୍ଶ କ'ଣ ... ''












Click it and Unblock the Notifications