ଲଦାଖରେ ଗଠନ ହେଲା ୫ ନୂଆ ଜିଲ୍ଲା
Ladakh Union Territor: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଗଠନ ହେଲା ପାଞ୍ଚଟି ନୂତନ ଜିଲ୍ଲା । କେନ୍ଦ୍ର ସରକାରଙ୍କ ଅନୁମୋଦନ ଗ୍ରହଣ କରାଯାଇଛି। ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ସୂଚନା ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ପାଞ୍ଚଟି ନୂତନ ଜିଲ୍ଲା ଗଠନକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି। ସରକାର କହିଛନ୍ତି ଯେ ପାଞ୍ଚଟି ନୂତନ ଜିଲ୍ଲା ସୃଷ୍ଟି କରିବାର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ନିକଟରେ ସରକାର ପହଞ୍ଚିବା ଏବଂ ଲଦାଖର ଲୋକଙ୍କ ନିକଟରେ ପ୍ରଶାସନିକ ସୁବିଧାକୁ ପହଞ୍ଚାଇବା ।

ପାଞ୍ଚଟି ଜିଲ୍ଲାର ନାମ ହେଉଛି ଜନସ୍କାର, ଦ୍ରାସ୍, ଶାମ୍, ନୁବ୍ରା ଏବଂ ଚାଙ୍ଗ୍ଥାଙ୍ଗ ନୂଆ ଜିଲ୍ଲା ।ଏହି ଜିଲ୍ଲାଗୁଡିକ ସ୍ଥାନୀୟ ପ୍ରଶାସନର ଗୁଣବତ୍ତା ବୃଦ୍ଧି କରିବା ସହ ସାଧାରଣ ଲୋକଙ୍କ ପାଖରେ ସହଜରେ ସରକାରୀ ସୁବିଧା ପହଞ୍ଚିପାରିବ । ତେବେ ଆଉ 10 ଦିନ ପରେ ଜାମ୍ମୁ କାଶ୍ମୀର ରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏବେ ଚର୍ଚ୍ଚାରେ । ଉତ୍ତର ୟୁନିଅନ୍ ଟେରିଟୋରୀ ପାଇଁ ଏହି ମାସରେ ବଡ ନିଷ୍ପତ୍ତି ନିଆଯାଇଛି ।
ଗୃହମନ୍ତ୍ରୀ ଅମିତ ଶାହ ଏକ ପୋଷ୍ଟରେ କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବିକଶିତ ତଥା ସମୃଦ୍ଧ ଲଦାଖ ସୃଷ୍ଟି କରିବାର ଦୂରଦୃଷ୍ଟି ଗ୍ରହଣ କରି କେନ୍ଦ୍ର ମନ୍ତ୍ରଣାଳୟ କେନ୍ଦ୍ର ଅଞ୍ଚଳରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ ନିଷ୍ପତ୍ତି ନେଇଛି। ନୂତନ ଜିଲ୍ଲା ହେଉଛି ଜନସ୍କାର, ଦ୍ରାସ୍, ଶାମ୍, ନୁବ୍ରା ଏବଂ ଚାଙ୍ଗ୍ଥାଙ୍ଗ । ମୋଦି ସରକାର ଲଦାଖର ଲୋକଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ।












Click it and Unblock the Notifications