ସୋନମ ୱାଙ୍ଗଚୁକଙ୍କ ଗିରଫ ଉପରେ ଲଦାଖ ଡିଜିପିଙ୍କ ବଡ଼ ବୟାନ, କହିଲେ ସେ ଲୋକଙ୍କୁ ଉତ୍ତେଜିତ.....
ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀ ସଂପର୍କରେ ଲଦାଖ ଡିଜିପି ଏସଡି ସିଂହ ଜାମୱାଲ ଏକ ବଡ଼ ବୟାନ ଦେଇଛନ୍ତି। ସେ ୱାଙ୍ଗଚୁକଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଗଣମାଧ୍ୟମକୁ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ ତାରିଖରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ "ତଥାକଥିତ ପରିବେଶ କର୍ମୀ"ଙ୍କ ଦ୍ୱାରା ଉତ୍ତେଜକ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା।
ଲଦ୍ଦାଖ ପ୍ରଶାସନ ପକ୍ଷରୁ ଜାରି ବୟାନ ମୁତାବିକ, ସୋନମ ୱାଙ୍ଗଚୁକଙ୍କ କାର୍ଯ୍ୟକଳାପ କ୍ଷେତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ବଡ଼ ବିପଦ ପାଲଟି ଥିଲା। ବୟାନରେ ଏହା ମଧ୍ୟ କୁହାଯାଇ ଥିଲା ଯେ, ୱାଙ୍ଗଚୁକ ଯେଉଁଭଳି ନେପାଳର ବିଦ୍ରୋହ ଓ ଅରବ କ୍ରାନ୍ତିର ଉଦାହରଣ ଦେଉ ଥିଲେ , ଏଥିରେ ଲୋକଙ୍କ କ୍ରୋଧ ବଢୁଥିଲା। ଲଦ୍ଦାଖ ପ୍ରଶାସନ ମୁତାବିକ , ଲେହରେ ଶାନ୍ତି ଓ ବ୍ୟବସ୍ଥା ଜାରି ରଖିବା ପାଇଁ ସୋନମ ୱାଙ୍ଗଚୁକଙ୍କ ଗିରଫ ଜରୁରୀ ଥିଲା।

ବୟାନ ମୁତାବିକ, ୱାଙ୍ଗଚୁକଙ୍କୁ ହେପାଜତକୁ ନେବା ପରେ ଯୋଧପୁରରେ ରଖା ଯାଇଛି। ଉଲ୍ଲେଖନୀୟ ଯେ, ଲଦ୍ଦାଖକୁ ରାଜ୍ୟର ମାନ୍ୟତା ଓ ସମ୍ୱିଧାନର ଷଷ୍ଠ ଅନୂସୂଚୀର ବିସ୍ତାରର ଦାବିକୁ ନେଇ କେନ୍ଦ୍ର ଶାସିତ ରାଜ୍ୟରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନର ଦୁଇ ଦିନ ପରେ ଶୁକ୍ରବାର ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ପୁଲିସ ଗିରଫ କରି ନେଇଛି। ଏହି ହିଂସାତ୍ମକ ବିରୋଧ ପ୍ରଦର୍ଶନରେ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା ଏବଂ ଆଉ ୯୦ ଜଣ ଆହତ ହୋଇ ଥିଲେ।
ପୁଲିସ ମୁଖ୍ୟ ଏସ ଡି ସିଂହ ଜାମୱାଲଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ୱାଙ୍ଗଚୁକଙ୍କୁ ଶୁକ୍ରବାର ଦ୍ୱିପ୍ରହର ଅଢେଇଟା ସମୟରେ ହେପାଜତକୁ ନେଇ ଥିଲା। ଏହାପରେ ତାଙ୍କୁ ଏବେ ରାଜସ୍ଥାନର ଯୋଧପୁର ଜେଲ୍କୁ ସ୍ଥାନାନ୍ତରିତ କରି ଦିଆ ଯାଇଛି। ପ୍ରଶାସନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଶାନ୍ତିପ୍ରିୟ ସହର ଲେହରେ ସାମାନ୍ୟ ସ୍ଥିତି ଜାରି କରିବା ଖୁବ୍ ଜରୁରୀ। ସୋନମ ୱାଙ୍ଗଚୁକ ସ୍ଥିତିକୁ ଆହୁରି ଖରାପ କରିବା ପୂର୍ବରୁ , ତାଙ୍କୁ ଗିରଫ କରି ନେବା ଜରୁରୀ ଥିଲା।












Click it and Unblock the Notifications