Get Updates
Get notified of breaking news, exclusive insights, and must-see stories!

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

Lal Krishna Advani: ସୁସ୍ଥ ହୋଇ ଘରକୁ ଫେରିଲେ ବରିଷ୍ଠ ବିଜେପି ନେତା ତଥା ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଅସୁସ୍ଥତା ପାଇଁ ତାଙ୍କୁ ଗତକାଲି ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ସଞ୍ଜୟ ଲାଲୱାନୀ ।

ଡାକ୍ତରଙ୍କ ସୂଚନା ଅନୁସାରେ, ୯୬ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ତେବେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୁଧବାର ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିବାର ପକ୍ଷରୁ କୁହାଯାଇଛି ଯେ, ବୟସଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଥିଲା ।

Lal Krishna Advani

ତେବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଲାଲକୃଷ୍ଣ ଆଡଭାନୀ ଉପ ପ୍ରଧାନମନ୍ତ୍ରୀ ଥିଲେ । ଚଳିତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+