Get Updates
Get notified of breaking news, exclusive insights, and must-see stories!

ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ; ସ୍ୱାସ୍ଥ୍ୟବସ୍ଥା ସ୍ଥିର

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ।

ଗତ ସପ୍ତାହେ ପୂର୍ବରୁ ମଧ୍ୟ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ଚିକିତ୍ସା କରାଯାଇ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

। ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଚଳିତବର୍ଷ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନ ପରିବର୍ତ୍ତେ ତାଙ୍କ ବାସଭବନରେ ପହଞ୍ଚି ଆଡଭାନୀଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

L K Advani

ଭେଟେରାନ ନେତା ଲାଲକୃଷ୍ଣ ଆଡଭାନୀ ୧୯୨୭ ମସିହା ନଭେମ୍ବର ୮;ତାରିଖରେ ଅବିଭାଜିତ ପାକିସ୍ତାନର କରାଚିରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୭ ଦେଶ ବିଭାଜନ ସମୟରେ ଆଡଭାନୀଙ୍କ ପରିବାର ପାକିସ୍ତାନ ଛାଡି ମୁମ୍ବାଇ ଚାଲିଆସିଥିଲେ । ଆଡଭାନୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ରେ ଜଣେ ସ୍ବଂୟସେବକ ଭାବେ କାମ ଆରମ୍ଭ କରିଥିଲେ । ପରେ ଭାରତୀୟ ଜନସଂଘ ମାଧ୍ୟମରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ । ୯୦ ଦଶକର ବହୁଚର୍ଚ୍ଚିତ 'ରାମ ମନ୍ଦିର ଆନ୍ଦୋଳନ' ତାଙ୍କୁ ସାରା ଦେଶରେ ଜଣେ ପ୍ରଚଣ୍ଡ ହିନ୍ଦୁବାଦୀ ନେତା ଭାବେ ପରିଚୟ ଦେଇଥିଲା । ବାବ୍ରି ମସଜିଦ ଭଙ୍ଗା ମାମଲାରେ ସେ ବିବାଦ ଘେରକୁ ମଧ୍ୟ ଆସିଥିଲେ । ତାଙ୍କ ନାମରେ ଦୀର୍ଘବର୍ଷ ଫୌଜଦାରୀ ମାମଲା ମଧ୍ୟ ଚାଲିଥିଲା ।

ସେ ଅଟଳ ବାଜପେୟୀଙ୍କ ସରକାରରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ୭ମ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଲଢିଥିଲା । ମାତ୍ର ସେଥର ବିଜେପି ପରାଜିତ ହୋଇ ବିରୋଧୀ ଦଳ ଭୂମିକାରେ ସୀମିତ ରହିଥିଲା । ୨୦୧୫ ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ବେଳେ ଚଳିତବର୍ଷ ତାଙ୍କୁ ଭାରତରତ୍ନରେ ମଧ୍ୟ ସମ୍ମାନିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+