ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଏକ ଚିତାର ମୃତ୍ୟୁ, ଗତବର୍ଷ ନାମିବ୍ୟାରୁ ଭାରତ ଆସିଥିଲା

ଭୋପାଳ:ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା 'ଶାଶା'ର ମୃତ୍ୟୁ । ଗତବର୍ଷ ଆଫ୍ରିକା ମହାଦେଶ ନାମିବ୍ୟାରୁ ଭାରତ ଅଣାଯାଇଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲା । ସୂଚନା ଅନୁସାରେ, ଭାରତ ଆସିବା ପୂର୍ବରୁ ଚିତା 'ଶାଶା'କିଡନୀ ଜନିତ ରୋଗରେ ପୀଡିତ ଥିବା ନେଇ ସୂଚନା ରହିଛି ।
ଗତ ଜାନୁଆରୀ ୨୩ ତାରିଖରୁ ଚିତାଟି ଅସୁସ୍ଥ ଥିଲା । କ୍ୱାରାଣ୍ଟିନରେ ରଖି ଚିକିତ୍ସା କରାଯାଉଥିଲା । ଚିତା ଶାଶାର ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ଡାକ୍ତରୀ ଟିମ୍ ପଠାଇଥିଲେ । ପ୍ରାଣୀ ଚିକିତ୍ସକ ଡାକ୍ତର ଅତୁଲ ଗୁପ୍ତାଙ୍କ ନେତୃତ୍ୱରେ ଚିତାର ଚିକିତ୍ସା କରାଯାଉଥିଲା । ହେଲେ ଶେଷରେ ଆଖି ବୁଜିଥିଲା ଆଫ୍ରିକାରୁ ଆସିଥିବା ଚିତା । ଶାଶାକୁ ୩ ବର୍ଷ ବୟସ ହୋଇଥିଲା । ଗତ ସେପ୍ଟେମ୍ବର ୧୭ରେ କୁନୋ ଜାତୀୟ ଉଦ୍ୟାନରେ ୮ ଆଫ୍ରିକିୟ ଚିତାଙ୍କୁ ଛଡାଯାଇଥିଲା ।
ସୂଚନାଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନ ଅବସରରେ ୮ ଆଫ୍ରିକୀୟ ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କରେ ଛାଡିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ଆସିଥିବା ବେଳେ ଦ୍ୱିତୀୟ ଥର ଆଉ ୧୨ଟି ଚିତାଙ୍କୁ ଅଣାଯାଇଥିଲା ।












Click it and Unblock the Notifications