ତିନି ଦିନ ପରେ ସକାଳୁ ମଇଁଷି ମାଂସ ଖାଇଛି ଚିତା
କୁନୋ ନ୍ୟାସନାଲ ପାର୍କରେ ତିନି ଦିନ ପରେ ପ୍ରଥମ ଥର ଚିତା ଖାଇଲା ମାଂସ ଜଳଖିଆ । ଭାରତକୁ ଆସିବା ପୂର୍ବରୁ ଚିତା ଦୁଇ ଦିନ ଭୋକିଲା ଥିଲା ।
ଇନ୍ଦୋର: କୁନୋ ନ୍ୟାସନାଲ ପାର୍କରେ ତିନି ଦିନ ପରେ ପ୍ରଥମ ଥର ଚିତା ଖାଇଲା ମାଂସ ଜଳଖିଆ । ଭାରତକୁ ଆସିବା ପୂର୍ବରୁ ଚିତା ଦୁଇ ଦିନ ଭୋକିଲା ଥିଲା । ତୃତୀୟ ଦିନ ରେ ଖାଦ୍ୟ ଗ୍ରହଣ କରିଛି ଚିତା।

ଆପଣଙ୍କୁ କହିରଖୁଛୁ ଯେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନ ଅବସରରେ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାର ନାମିବିଆରୁ ଚିତା ଆଣି ଛାଡିଛନ୍ତି। କୁନୋ ନ୍ୟାସନାଲ ପାର୍କର ଡିଏଫଓ ପ୍ରକାଶ ବର୍ମାଙ୍କ ଅନୁଯାୟୀ, ଗତ 3 ଦିନ ଧରି ଚିତାମାନେ ଭୋକରେ ଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଏନକ୍ଲୋଜରରେ ଛାଡି ଦିଆଯାଇଥିଲା। ଛେଳି ମାଂସ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା ହେଲେ କିଛି ଲାଭ ହେଇ ନଥିଲା।
ଏଥିସହିତ ସେ କହିଛନ୍ତି ଯେ ବର୍ତ୍ତମାନ ଚିତାକୁ ଏକ ମାସ ପାଇଁ କ୍ବାରେଣ୍ଟିନରେ ରଖାଯିବ। ଏହା ପରେ ସେମାନଙ୍କ ଚେକଅପ୍ ପରେ ଏକ ବଡ଼ ଏନକ୍ଲୋଜରରେ ଛଡ଼ାଯିବ । ବର୍ତ୍ତମାନ, ପର୍ଯ୍ୟଟକମାନଙ୍କୁ ଚିତାଙ୍କୁ ଭେଟିବାକୁ 3 ମାସ ଅପେକ୍ଷା କରିବାକୁ ପଡିବ । ଚିତା ଖାଦ୍ୟ ପାଇଁ ଏନକ୍ଲୋଜରରେ 500 ହରିଣ ଛଡ଼ା ଯିବ। ବର୍ଷା ହେତୁ ଏପର୍ଯ୍ୟନ୍ତ କେବଳ 57 ଟି ହରିଣ ମୁକ୍ତ କରାଯାଇଛି। ଏହା ପ୍ରଥମ ବ୍ୟାଚ୍ ବୋଲି କୁହାଯାଉଛି। ଏହି ଚିତା ଶୀଘ୍ର ଶିକାରକୁ ଧରିଥାଏ ବୋଲି କୁହାଯାଏ।












Click it and Unblock the Notifications