ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମ୍ରା
ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ହାସ୍ୟ ଅଭିନେତା କୁନାଲ କାମ୍ରା। ଷ୍ଟାଣ୍ଡ ଅପ୍ ସୋ 'ନୟା ଭାରତ'ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରି ଦେଇଥିବା ମନ୍ତବ୍ୟ ଦେବା ପରି ବିବାଦରେ ଫସିଥିଲେ କାମ୍ରା। ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଫ୍ଆଇଆରର ଆଇନଗତତା, ସଠିକତା ଏବଂ ଅଧିକାରକୁ ଚ୍ୟାଲେଞ୍ଜ କରି ସୋମବାର ଦିନ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି କାମ୍ରା।

ମାର୍ଚ ୨୪ ତାରିଖରେ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ବାତିଲ କରିବାକୁ କାମ୍ରା ମଧ୍ୟ ଅନୁରୋଧ କରିଥିଲେ। ଅନ୍ୟ ଦୁଇଟି ସମନ ପରି କାମ୍ରା ତୃତୀୟ ସମନକୁ ମଧ୍ୟ ଏଡ଼େଇ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ପୁଲିସକୁ ଅନୁରୋଧ କରିଥିଲେ। ଆବେଦନରେ ଦର୍ଶାଯାଇଛି ଯେ କାମ୍ରାଙ୍କ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ପୁଲିସ ତାଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ପଚରାଉଚରା କରିବାକୁ ଅନୁମତି ଦେବାକୁ ମନା କରିଦେଇଛି।












Click it and Unblock the Notifications