ବୃଦ୍ଧି ପାଇବ କୁମ୍ଭମେଳା ସୁରକ୍ଷା, ପୁରା ମେଳାକୁ ନଜର ରଖିବ ୨୭ ଶହ କ୍ୟାମେରା, ଜଗିବେ ସ୍ପେସାଲ ସ୍କ୍ୱାର୍ଡ

ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ୪୫ ଦିନ ପାଇଁ ପ୍ରୟାଗରାଜରେ ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି | ଆଉ ଏହି କାର୍ଯ୍ୟକ୍ରମରେ ପ୍ରବଳ ଶ୍ରଦ୍ଧାଳୁଙ୍କୁର ସମାଗମ ହେବାକୁ ଯାଉଛି | ତେବେ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରମୁଖ ବ୍ୟବସ୍ଥା ସବୁ କରିଛନ୍ତି |

Maha kumbha Mela

କୁମ୍ଭ ମେଳାର ପ୍ରମୁଖ ସ୍ଥାନରେ ୩୪୦ରୁ ଅଧିକ ବିଶେଷଜ୍ଞଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଭିଡ଼ ଉପରେ ନଜର ରଖାଯିବ | ଏଆଇ କ୍ଷମତା ବିଶିଷ୍ଟ ୨୭୦୦ କ୍ୟାମେରା ଲଗାଯିବ ବୋଲି ଜଣାପଡିଛି | କୁମ୍ଭ ମେଳାର ପ୍ରମୁଖ ସ୍ଥାନରେ ୩୪୦ରୁ ଅଧିକ ବିଶେଷଜ୍ଞଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଭିଡ଼ ଉପରେ ନଜର ରଖାଯିବ । ଆକାଶ ମାର୍ଗରୁ ନଜର ରଖିବା ପାଇଁ ହଜାର ହଜାର ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ମୁତୟନ କରାଯିବ।

୩୫ ମିଟର ଉଚ୍ଚତା ବିଶିଷ୍ଟ, ୩୦ ମିଟର ଓସାର ବିଶିଷ୍ଟ ଅଗ୍ନି ନିର୍ବାପକ କ୍ଷମତା ସମ୍ପନ୍ନ ଚାରୋଟି ଆର୍ଟିକୁଲେଟିଂ ୱାଟର ଟାୱାର (ଏଡବ୍ଲୁଟି) କୁ ନିୟୋଜିତ କରାଯାଇଛି । ଅଗ୍ନି ନିରାପତ୍ତା ବିଭିନ୍ନ ପଦକ୍ଷେପ ପାଇଁ ୧୩୧ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି। ଅଗ୍ନିକାଣ୍ଡ ଘଟଣାକୁ ରୋକିବା ଏବଂ ସୁରକ୍ଷା ବୃଦ୍ଧି ପାଇଁ ଭିଡିଓ ଏବଂ ଥର୍ମାଲ୍ ଇମେଜିଂ ସିଷ୍ଟମ୍ ସମେତ ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ଏ.ଡବ୍ଲ୍ୟୁ.ଟି.ଗୁଡ଼ିକ ସଜ୍ଜିତ ହୋଇଛି। ପ୍ରଥମ ଥର ପାଇଁ, ୧୦୦ମିଟର ପର୍ଯ୍ୟନ୍ତ ଡାଇଭ୍ କରିବାରେ ସକ୍ଷମ ଅଣ୍ଡରୱାଟର ଡ୍ରୋନ୍ ସଙ୍ଗମ ଅଞ୍ଚଳରେ ଦିନରାତି ପହରା ପ୍ରଦାନ କରିବ। ୫୬ଜଣ ସାଇବର ବିଶେଷଜ୍ଞଙ୍କ ଏକ ଦଳ ଅନଲାଇନ ବିପଦ ଉପରେ ନଜର ରଖିବେ। ସମସ୍ତ ପୁଲିସ ଷ୍ଟେସନରେ ସାଇବର ହେଲ୍ପ ଡେସ୍କ ସ୍ଥାପନ କରାଯାଉଛି।

ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ବୃଦ୍ଧି କରିବା ପାଇଁ ଏକ ଅତ୍ୟାଧୁନିକ ବହୁ-ବିପର୍ଯ୍ୟୟ ମୁକାବିଲା ଯାନ ନିୟୋଜିତ କରାଯାଇଛି। ଏହା ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସଡ଼କ ଦୁର୍ଘଟଣା ପର୍ଯ୍ୟନ୍ତ ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ। ଏଥିରେ ୧୦ ରୁ ୨୦ ଟନ୍ କ୍ଷମତା ବିଶିଷ୍ଟ ଏକ ଲିଫ୍ଟିଂ ବ୍ୟାଗ୍ ଅନ୍ତର୍ଭୁକ୍ତ, ଯାହା ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସକ୍ଷମ। ଏଥିରେ ୧.୫ ଟନ୍ ପର୍ଯ୍ୟନ୍ତ ଓଜନର ଭାରୀ ଜିନିଷ ଉଠାଇବା ଏବଂ ଘୁଞ୍ଚାଇବା ପାଇଁ ସ୍ୱତନ୍ତ୍ର ମେସିନ୍ ସାମିଲ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+