Get Updates
Get notified of breaking news, exclusive insights, and must-see stories!

ମହାକୁମ୍ଭ ପାଇଁ ହେଉଛି ଭିଡ଼, ୨୬ ପର୍ଯ୍ୟନ୍ତ ଗଙ୍ଗା ଆଳତୀ ବନ୍ଦ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ କାଶୀ ଓ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। କୁମ୍ଭମେଳା ପାଇଁ ବିଦେଶ ଓ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଅଯୋଧ୍ୟା ଆସୁଛନ୍ତି। କ୍ରମାଗତ ଭାବେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ସମସ୍ତ ବ୍ୟବସ୍ଥା ବ୍ୟାହତ ହେଉଥିବା ବେଳେ କଟକଣା ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଯୋଧ୍ୟାର ସ୍ଥିତି ଏପରି ହୋଇଛି ଯେ ଜାତୀୟ ରାଜପଥରୁ ରାମ ମନ୍ଦିର ଦ୍ୱାର, ହନୁମାନଗଡ଼ୀ ଏବଂ ଅଯୋଧ୍ୟାର ପ୍ରାଚୀନ ମଠ-ମନ୍ଦିର ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗିଛି।

ଏପରି ଭିଡକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। କଟକଣା ଅନୁଯାୟୀ ବାରାଣସୀର ଗଙ୍ଗା ନଦୀ କୂଳର ବିଭିନ୍ନ ଘାଟରେ ପ୍ରତିଦିନ ହେଉଥିବା ଗଙ୍ଗା ଆଳତିକୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସେହିପରି ଗଙ୍ଗା ନଦୀରେ ସନ୍ଧ୍ୟା ୬ଟା ପରେ ନୌକା ବିହାରକୁ ବନ୍ଦ କରାଯାଇଛି।

Ganga aarti suspended till February 26

ବାରାଣସୀ​‌ରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ଲାଗି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମହାକୁମ୍ଭ ଯୋଗୁଁ କାଶୀ ବିଶ୍ବନାଥ ମନ୍ଦିରରେ ଦୈନିକ ୮ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+