କେଜ୍ରିୱାଲଙ୍କଠାରୁଏବେ ଦିଲ୍ଲୀ ମୁକ୍ତ: ଜାଣନ୍ତୁ କାହିଁକି ଏମିତି କହିଲେ କୁମାର ବିଶ୍ୱାସ
ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ ଖସିଯାଇଛି କ୍ଷମତାର ଡୋର । ନିର୍ବାଚନ ଫଳାଫଳ ଉପରେ ଅରବିନ୍ଦ କେଜ୍ରିୱାଲଙ୍କ ଅନେକ ପୁରୁଣା ସହଯୋଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରସିଦ୍ଧ ହିନ୍ଦୀ କବି ଡକ୍ଟର କୁମାର ବିଶ୍ୱାସ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିକୁ ବିଜୟ ପାଇଁ ଅଭିନନ୍ଦନ। ମୁଁ ଆଶା କରୁଛି ବିଜେପି ଦିଲ୍ଲୀ ଭୋଟରଙ୍କ ଆଶା ଏବଂ ସେମାନଙ୍କ ଆକାଂକ୍ଷା ପୂରଣ କରିବ।
ସେ ଆହୁରି କହିଛନ୍ତି, ଯେତେବେଳେ ମନୀଷ ହାରିଗଲେ, ସେତେବେଳେ ରାଜନୀତିରୁ ଦୂରରେ ରହୁଥିବା ମୋର ପତ୍ନୀ କାନ୍ଦି ପକାଇଥିଲେ। କାରଣ ମନୀଷ ତାଙ୍କୁ କହିଥିଲେ ଯେ ଏବେ ବି କ୍ଷମତା ଅଛି। ପତ୍ନୀ ଜବାବରେ କହିଥିଲେ ଯେ କ୍ଷମତା ସବୁଦିନ ଲାଗି ସ୍ଥାୟୀ ନୁହେଁ। ଆଶା କରୁଛି ପରବର୍ତ୍ତୀ ଲୋକମାନେ ଏହି ଅହଂକାର ଦେଖାଇବେ ନାହିଁ ବୋଲି ସେ କହିଛନ୍ତି।

ଜଣେ ନିର୍ଲଜ୍ଜ, ନୀଚ୍ଚ, ବନ୍ଧୁ-ହତ୍ୟାକାରୀ, ନାର୍ସିସିଷ୍ଟିକ ଏବଂ ଚରିତ୍ରହୀନ ବ୍ୟକ୍ତି ଦ୍ୱାରା ରାଜନୀତି ପରିବର୍ତ୍ତନର ସ୍ବପ୍ନକୁ ହତ୍ୟା କରାଯାଇଛି, ଯିଏକି ଆନ୍ନା ଆନ୍ଦୋଳନରୁ ଆସିଥିଲେ। ତାଙ୍କ ପ୍ରତି ସହାନୁଭୂତି ଭୁଲି ଯାଅ, ଦିଲ୍ଲୀ ଏବେ ତାଙ୍କଠାରୁ ମୁକ୍ତ। ଯେଉଁମାନେ କ୍ଷମତା ଲୋଭରେ ଆମ ଆଦମୀ ପାର୍ଟିରେ ରହିଥିଲେ, ସେମାନେ ମଧ୍ୟ ଏବେ ଫେରି ଆସିବେ। ପତନ ଏହିଠାରୁ ଆରମ୍ଭ ହେଲା। ମୁଁ ଭାଜପାକୁ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ ଦଳ ଦିଲ୍ଲୀବାସୀଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।












Click it and Unblock the Notifications