ନିଜକୁ ନିଜେ ବାହାହେଲେ କ୍ଷମା, ସୋଶାଲ ମିଡିଆରେ ସେୟାର କଲେ ଫଟୋ
ବାଜିଲା ସାହାନାଇ, ପଡିଲା ହାତଗଣ୍ଠି । ବିନା ବରରେ ନିଜକୁ ନିଜେ ବିବାହ କଲେ ଗୁଜରାଟର କ୍ଷମା ବିନ୍ଦୁ । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ ବନ୍ଧନରେ ବାନ୍ଧି ହେଲେ କ୍ଷମା ।
ଗାନ୍ଧିନଗର: ବାଜିଲା ସାହାନାଇ, ପଡିଲା ହାତଗଣ୍ଠି । ବିନା ବରରେ ନିଜକୁ ନିଜେ ବିବାହ କଲେ ଗୁଜରାଟର କ୍ଷମା ବିନ୍ଦୁ । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ ବନ୍ଧନରେ ବାନ୍ଧି ହେଲେ କ୍ଷମା । ୨୪ ବର୍ଷୀୟା ଯୁବତୀଙ୍କ ବିବାହରେ ତାଙ୍କର କିଛି ବନ୍ଧୁ ମଧ୍ୟ ସାମିଲ ହୋଇଥିଲେ।

ପୂର୍ବରୁ କ୍ଷମା ଜୁନ 11 ତାରିଖରେ ବିବାହ କରିବେ ବୋଲି ଘୋଷଣା କରିଥିଲେ। ତାଙ୍କର ଏପରି ବିବାହକୁ ନେଇ ଅନେକ ବିବାଦର ସାମନା କରିବା ପାଇଁ ପଡିଥିଲା ତାଙ୍କୁ । ପଡୋଶୀମାନେ ମଧ୍ୟ ଏପରି ବିବାହର ବିରୋଧ କରିଥିଲେ । ଫଳରେ କ୍ଷମା 3 ଦିନ ପୂର୍ବରୁ ସେ ବିବାହ କରିଛନ୍ତି । ତେବେ ବିନା ବିବାଦରେ ସେ ବିବାହ କରିବା ପାଇଁ ଚାହୁଁଥିଲେ । ତେଣୁ ଆଜି ସେ ନିଜ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ନାଇ ହିନ୍ଦୁ ରୀତି ଅନୁସାରେ ବିବାହ କରିଛନ୍ତି।
ଏହାପୂର୍ବରୁ କ୍ଷମା ତାଙ୍କ ମେହେନ୍ଦି ସମାରୋହର ଫଟୋ ସୋଶାଲ ମିଡିଆରେ ସେୟାର କରିଥିଲେ। ଏହି ବିବାହକୁ ଇଂରାଜୀରେ କୁହାଯାଉଛି ସୋଲୋଗାମି। କ୍ଷମା ନିଜକୁ ବହୁତ ଭଲ ପାଆନ୍ତି । କନ୍ୟା ବେଶରେ ସଜେଇ ହେବା ତାଙ୍କର ଏକ ସ୍ବପ୍ନ ଥିଲା। ତେଣୁ ସେ ନିଜକୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହି ବାହାଘରରେ ହନିମୁନ୍ ମଧ୍ୟ ହେବ । କ୍ଷମା ବାହାଘର ପରେ ଦୁଇ ସପ୍ତାହ ପାଇଁ ହନିମୁନ୍ କରିବାକୁ ଗୋଆ ଯିବାକୁ ଯୋଜନା ରଖିଛନ୍ତି ।












Click it and Unblock the Notifications